Suresha

ଶୁକ୍ରବାର ସନ୍ଧ୍ୟାରେ ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ, ଡିବିଟି ମାଧ୍ୟମରେ ପୀଡ଼ିତଙ୍କ ଆକାଉଣ୍ଟକୁ ଯିବ ଟଙ୍କା

ରାଜ୍ୟ

ଭୁବନେଶ୍ଵର : ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତି ରିପୋର୍ଟ । ରିପୋର୍ଟ ଆସିବା ପରେ ବସିବ ବୈଠକ । ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସରକାର ୨୨ଟି ଜିଲ୍ଲାକୁ ୧୧୦ କୋଟି ବନ୍ୟା ସହାୟତା ଦେଇଛନ୍ତି । ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଯିବ। ବାଲେଶ୍ଵର, ଭଦ୍ରକ, ଯାଜପୁରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବାଲେଶ୍ଵରକୁ ୨୨.୦୩ କୋଟି, ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି ।

ଏତଦ୍ ବ୍ୟତୀତ ଜଗତସିଂହପୁରକୁ ୮.୧୮,କେନ୍ଦୁଝରକୁ ୬.୧୧, ସମ୍ବଲପୁରକୁ ୫.୫୬, କେନ୍ଦ୍ରାପଡ଼ାକୁ ୫.୦୪, ମୟୁରଭଞ୍ଜକୁ ୫.୦୨, ଖୋର୍ଦ୍ଧାକୁ ୨.୦୬, ସୁବର୍ଣ୍ଣପୁରକୁ ୨.୩୧, ବୌଦ୍ଧକୁ ୧.୨୯, ବଲାଙ୍ଗୀରକୁ ୧.୧୭, ଢେଙ୍କାନାଳକୁ ୧.୧୦, ବରଗଡ଼କୁ ୧.୦୫, କଳାହାଣ୍ଡିକୁ ୧.୦୫, ନୂଆପଡାକୁ ୧.୦୫, କନ୍ଧମାଳକୁ ୧.୦୧, କଟକକୁ ୧.୦୧, କୋରାପୁଟକୁ ୧.୦୧, ମାଲକାନଗିରିକୁ ୧.୦୧, ରାୟଗଡାକୁ ୧.୦୧, ସୁନ୍ଦରଗଡ଼କୁ ୧.୦୧ କୋଟି ପ୍ରଦାନ କରାଯଇଛି। ଗୁଡିଏ ଜିଲ୍ଲାରୁ ଏବେବି ପାଣି ନିଷ୍କାସନ ହୋଇନାହିଁ । ବିଭିନ୍ନ ନଦୀରୁ ଜଳ ପତନ କମି ନାହିଁ । ସ୍ୱାଭାବିକ ଠାରୁ ୬୫ ପ୍ରତିଶତ ଅଧିକ ବର୍ଷା ହୋଇଛି।