12

ଆସାମରେ ବନ୍ୟାର ତାଣ୍ଡବ ; ଶିବସାଗର ଜିଲାରେ ସର୍ବାଧିକ ୪୮ ମୃତ

ଦେଶ - ବିଦେଶ

ଗୁଆହାଟି : ଆସାମରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ବନ୍ୟା ରାଜ୍ୟରେ ବିପୁଳ କ୍ଷୟକ୍ଷତି ଘଟାଇଛି। ଏବେ ବି ସ୍ଥିତିରେ କୌଣସି ଉନ୍ନତି ଆସିନାହିଁ। ବନ୍ୟା ଦାଉରେ ଶିବସାଗର ଜିଲା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଜିଲାରେ କେବଳ ୪୮ ଜଣଙ୍କ ଜୀବନ ଯାଇଛି। ଏହାକୁ ମିଶାଇ ମୋଟ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ୟା ୮୮ରେ ପହଞ୍ଚିଛି। ଶିବସାଗର ଜିଲାରେ ହଜାର ହଜାର ଘର ଭାଙ୍ଗି ଯାଇଛି। ଲୋକେ ଯନ୍ତ୍ରଣାରେ ଜର୍ଜରିତ ହେଉଛନ୍ତି। ଜଳବନ୍ଦୀ ଗାଁ ଗୁଡ଼ିକ ବିପର୍ଯ୍ୟୟର କରୁଣ କାହାଣୀ କହୁଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ବନ୍ୟା ଜନିତ ମୃତ୍ୟୁରେ ଶିବସାଗର ଜିଲାରେ ନଜିରା ଅଞ୍ଚଳ ଆଗରେ ରହିଛି। ଏଠାରେ ୨୯ ଜଣ, ଶିବସାଗରରେ ୯ ଜଣ, ସୋନାରିରେ ୬ ଜଣ, ଆମଗୁରି ଏବଂ ଡେମୋରେ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବାରୁ ଲୋକେ ବାହାରେ ରହୁଛନ୍ତି। ସେହିପରି ନଦୀରେ ଭାସିଯାଇ ଚରାଇଦେଉ ଜିଲାର ୨୯ ଜଣଙ୍କ ମୃତ୍ୟୁ ହୋଇଛି।ଏହା ବ୍ୟତୀତ ଜୋରାହାଟ ଜିଲାରେ ୯ ଜଣ, ଗୋଲାଘାଟରେ ୪ ଜଣ, ଧିମାଜୀ, ସୋନିତପୁର, କାର୍ବି ଆଙ୍ଗଲଙ୍ଗ ଏବଂ କାମରୁପ ମେଟ୍ରୋରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଅନ୍ୟପଟେ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ବୁଧବାର ଶିବସାଗର ଏବଂ ଚରାଇଦେଓ ଜିଲା ଗସ୍ତରେ ଯାଇ ତୃଣମୂଳସ୍ତରର ସ୍ଥିତି ସମୀକ୍ଷା କରିଛନ୍ତି। ସେ ବନ୍ୟା ପ୍ରଭାବିତ ପରିବାରକୁ ମଧ୍ୟ ଭେଟିଛନ୍ତି। ନଡ୍ଡା ଟ୍ରାକ୍ଟରରେ ମରୁନ ଗାଁ ଏବଂ ରିଲିଫ କ୍ୟାମ୍ପକୁ ଯାଇଥିଲେ। ସେ ଏଠାରେ ବାସ ହରାଇଥିବା ଲୋକଙ୍କ ସ୍ଥିତି ପଚାରି ବୁଝିଥିଲେ।
ନଡ୍ଡା କହିଥିଲେ ଯେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ସେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ ସମସ୍ତ ପ୍ରକାରର ଆର୍ଥିକ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆସାମ ଲୋକଙ୍କ ପାଇଁ ରିଲିଫ ସାମଗ୍ରୀ ନିଅଣ୍ଟ ହେବନାହିଁ ବୋଲି କହିଛନ୍ତି।