IMG 20260805 WA0234

ମୟୂରଭଞ୍ଜ ଜିଲ୍ଲାରେ ଶିକ୍ଷାର ଅବ୍ୟବସ୍ଥାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭଞ୍ଜସେନା ପ୍ରତିଷ୍ଠାତାଙ୍କ ନିବେଦନ  

ରାଜ୍ୟ
ବାରିପଦା : ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାରେ ଶତକଡା ୮୦ ଭାଗରୁ ଉର୍ଦ୍ଧ୍ବ ଗରୀବ, ଖଟିଖିଆ, ଦିନ ମଜୁରିଆ, ଙ୍କ ସହିତ ବହୁ ମଧ୍ୟବିତ୍ତ ପରିବାର ବର୍ଗ ନିଜ ଛୁଆମାନଙ୍କୁ ଶିକ୍ଷିତ କରିବା ନିମନ୍ତେ  ମୁଖ୍ୟତଃ ଅଙ୍ଗନବାଡି କେନ୍ଦ୍ର, ପ୍ରାଥମିକ, ଉଚ୍ଚପ୍ରାଥମିକ ବିଦ୍ୟାଳୟ, ହାଇସ୍କୁଲ, କେଜିଭିବି ବାଳିକା ବିଦ୍ୟାଳୟ, ଆଦର୍ଶ ଓ ଏକଲବ୍ୟ ସ୍କୁଲ ସହିତ  ଏସଟିଏସି/ମାଇନରଟି ବିଭାଗର  ଆଶ୍ରମ, ଏସଏସଡି ବାଳିକା ବିଦ୍ୟାଳୟ ଗୁଡିକ ଉପରେ ନିର୍ଭର କରିଥାନ୍ତି |
                             ଉପଯୁକ୍ତ  ଭିତ୍ତିଭୂମି, ଶିକ୍ଷକ/କର୍ମଚାରୀ ଅଭାବ ଠାରୁ ମୌଳିକ ବ୍ୟବସ୍ଥାର ସନ୍ତୁଳନ ବିଗଡିଯିବା ଯୋଗୁଁ  ଜିଲ୍ଲାର ପାଖାପାଖି ୮ ଲକ୍ଷ ରୁ ଉର୍ଦ୍ଧ୍ବ ଗରିବ ଛାତ୍ରଛାତ୍ରୀ ଉଚିତ ଶିକ୍ଷା ଗ୍ରହଣରୁ ବଞ୍ଚିତ ହେଉଛନ୍ତି ତାସହିତ ସେଥିମଧ୍ୟରୁ ବହୁ ମେଧାବୀ ଛାତ୍ରଛାତ୍ରୀ ମାନେ ମଧ୍ୟ ଉଚ୍ଚ ଶିକ୍ଷାଦାନ ରୁ ବଞ୍ଚିତ ହେଉଛନ୍ତି l ତେଣୁ ଶିକ୍ଷାକ୍ଷେତ୍ରରେ ଏହିସବୁ ଅବ୍ୟବସ୍ଥା ନେଇ ଆଜି ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ପୁନର୍ବାର ଯଥାଶୀଘ୍ର ସମସ୍ୟା ଗୁଡ଼ିକର ସମାଧାନ ନିମନ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ସାମାଜିକ ଗଣମାଧ୍ୟମ “X”(ଟ୍ୱିଟ଼) ଯୋଗେ ନିବେଦନ କରିଛନ୍ତି |
              ଉପରୋକ୍ତ ସମସ୍ୟାର ସମାଧାନ ନିମନ୍ତେ ପୂର୍ବରୁ ବହୁବାର ଭଞ୍ଜସେନା ସମେତ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ଅବିଭାବକ, ବିଭିନ୍ନ ସଂଗଠନ ପକ୍ଷରୁ ସରକାରଙ୍କୁ ଦାବୀ ଜଣାଇ ଆସୁଥିଲେ ସୁଦ୍ଧା ସରକାର ନିଦାବିଷ୍ଣୁ ସାଜି ବସିରହିଛନ୍ତି l ଏଣୁ ଦୀର୍ଘ ଦିନ ଧରି ଏହି ଅବ୍ୟବସ୍ଥା କୁ ତୁରନ୍ତ ସୁଧାରିବା  ନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ଵାନ କ୍ରମେ ଚଳିତ ଅଗଷ୍ଟ ମାସ ୧୩ ତାରିଖ ଗୁରୁବାର  ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କାର୍ଯ୍ୟକ୍ରମ ଆୟୋଜନ କରାଯିବାର ନିଷ୍ପତି ନିଆଯାଇଅଛି l  ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲାର ଯୁବଛାତ୍ର ଙ୍କ ସମେତ ବହୁ ଅଭିଭାବକ ମାନେ ଯୋଗଦାନ କରିବେ ବୋଲି ଜିଲ୍ଲା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି |