IMG 20260805 WA0240

ମାଧ୍ୟାନ୍ନ ଭୋଜନ ରୋଷେୟା ଓ ସାହାୟିକାଙ୍କ ପ୍ରଶିକ୍ଷଣ ଶିବିର

ରାଜ୍ୟ
ବାରିପଦା : ଗୋଷ୍ଠୀ ଶିକ୍ଷା ଅଧିକାରୀ, ବାରିପଦାଙ୍କ ଅଧୀନରେ ଥିବା ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟରେ ମଧ୍ୟାନ୍ନ ଭୋଜନ ରାନ୍ଧୁଥିବା ରୋଷେୟା ଓ ସହାୟିକାମାନଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ରାଜାବସା, ପୋଲିସ ଓ କୃଷ୍ଣଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟରେ ତିନିଦିନ ଧରି ଏହି ଶିବିରକୁ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ବା ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ମଧ୍ୟାହ୍ନ ଭୋଜନ ରେ କାର୍ଯ୍ୟରତ ରୋଷେୟା ଓ ସହାୟିକାଙ୍କ ଏକ ଦିନିଆ ପ୍ରଶିକ୍ଷଣ ଶିବିରକୁ ବାରିପଦା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅନୁଜା ମାଧୁରୀ ଦାସ ଉଦଘାଟନ କରିବା ସହ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ତଥା ଆଇନ ଓ ପ୍ରତ୍ୟେକ ଶିକ୍ଷାର୍ଥୀ ଯେପରି ଏଥିରୁ ବଂଚିତ ନ ହୁଅନ୍ତି ଏବଂ ସମ୍ପୂର୍ଣ୍ଣ ସ୍ୱଛତା ସହ ଭୋଜନ ପ୍ରସ୍ତୁତି ଓ ପରିବେଷଣ କରିବା ନେଇ ସମସ୍ତ ଶିକ୍ଷକ ସଜାଗ ରହିବା ନେଇ ଗୁରୁତ୍ୱ ଆରୋପ କରିଥିଲେ I
ସରକାରଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ / ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ କାର୍ଯ୍ୟରତ ରୋଷେୟା ମାନଙ୍କର ଭୂମିକା ଉପରେ ପ୍ରଶିକ୍ଷକ ତଥା ରାଜବସା ସି ଆର ସି ସି ସୁଶୀଲ କୁମାର ପଣ୍ଡା ଆଲୋକପାତ କରିଥିଲେ I ତତସହିତ ବଡ଼ଯୋଡ ସି ଆର ସି ସି ଅଜୟ କୁମାର ସାହୁ, ଠାକୁରାଣୀସାହି ସି ଆର ସି ସି ପୁଜାରିଣୀ ପଣ୍ଡା, ତୁଳସୀଚଉରା ସି ଆର ସି ସି ଭବାନୀ କୁମାର ସିଂହ ପ୍ରମୁଖ ପାଚିକା ଓ ସହାୟିକାଙ୍କୁ ଟ୍ରେନିଂ ଦେଇଥିଲେ। ବିଭିନ୍ନ ତଥ୍ୟ କୁ ବୁଝାଇବା ଲାଗି ସ୍ମାର୍ଟ ବୋର୍ଡ ମାଧ୍ୟମରେ ଭିଡିଓ, ଚିତ୍ର ଆଦି ମାଧ୍ୟମ ରେ ବିସ୍ତୃତ ଭାବେ ଆଲୋଚନା କରି ବୁଝାଇ ଥିଲେ I ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏମ ଡି ଏମ )  ସୁକୁମାର ରାଉତଙ୍କ ପ୍ରତ୍ୟକ୍ଷ  ତତ୍ୱାବଧାନରେ ପରିଚାଳିତ ହୋଇଥିଲା I