332 e1785853891438 300x197

ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ରାଜ୍ୟ

ବ୍ରହ୍ମପୁର : ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଗଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତପ୍ତପାଣିରେ ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀ ମାନଙ୍କୁ ନିଜେ ଚକୋଲେଟ୍‌ ବାଣ୍ଟିଲେ।
ସୂଚନାନୁସାରେ, ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ଣରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ରେଳଷ୍ଟେସନ ସମେତ ସମସ୍ତ ସଡ଼କ ପଥରେ ବ୍ଲୁ ବୁକ୍‌ ଅନୁସାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି।