IMG 20260804 WA0235

ଟ୍ରକ-ଡମ୍ଫର ମୁହାଁମୁହିଁ : ୨ ଡ୍ରାଇଭର ଗୁରୁତର

ରାଜ୍ୟ
ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର  ଦଲକି ଛକ ନିକଟରେ ଆଜି  ମଙ୍ଗଳବାର ମାଧ୍ୟାନ୍ନ ସମୟରେ ଏକ  ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇ ଡ୍ରାଇଭର ଗାଡ଼ିରେ ଥିବା ଷ୍ଟିଅରିଂ ଏଵଂକେଵିନ ମଝିରେ ଚାପି ହୋଇ ଜୀବନ ସହିତ ଲଢ଼ୁଥିଲେ l ଏଥି ମଧ୍ୟରୁ  ଜଣେ ଡ୍ରାଇଭର ଚେତାଶୂନ୍ଯ ହୋଇ ମୂର୍ମୁଷ୍ ଅବସ୍ଥାରେ ଥିଲେ । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ଉଭୟ ଗାଡ଼ିର ଆଗପଟ ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା।
ଖବର ପାଇ ବାଦାମପାହାଡ଼ ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦୁଇ ଘଣ୍ଟା ଧରି  ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ସହ ଗୁରୁତର ଦୁଇ ଜଣଙ୍କୁ ରାଇରଙ୍ଗପୁର ଉପଖଣ଼ଡ ଚିକିତ୍ସାଳୟକୁ ପଠାଇଥିଲେ । ଗୁରୁତର ଆହତ ଟ୍ରକ ଡ୍ରାଇଭର ଜଣକ ବାଦାମପାହାଡ଼ ବୁରୁଡି ଗ୍ରାମର ମଦନ ହେମ୍ବ୍ରମ ଏବଂ ହାଇୱା ଡମ୍ପର ଡ୍ରାଇଭର ଜଣକ ଅନୁଗୁଳ ଜିଲ୍ଲା ପାଲଲହଡାର ବଳରାମ ମୁଣ୍ଡା ବୋଲି  ଜଣାପଡିଛି । ପରେ ପରିସ୍ଥିତି ଗୁରୁତର ହେବାରୁ ସେମାନଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜକୁ ପଠାଇଥିଲେ  ।ବାଦାମ ପାହାଡ଼ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।