Flood

ବନ୍ୟା ପାଇଁ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କଲେ କେନ୍ଦ୍ର ସରକାର

ରାଜ୍ୟ

ଭୁବନେଶ୍ବର : ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଥିବା ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ରାଜ୍ୟକୁ କେନ୍ଦ୍ର ସରକାର ଅର୍ଥିକ ସହାୟତା ଜାରି କରିଛନ୍ତି। କେନ୍ଦ୍ର ଗୃହ ତଥା ସହକାରିତା ମନ୍ତ୍ରୀ ଅମିତ ଶାହ ‘ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି’ (SDRF) ରୁ ୨,୧୧୭.୮୫ କୋଟି ଟଙ୍କାର ଆଗୁଆ ସହାତା ରାଶି ମଞ୍ଜୁର କରିଛନ୍ତି। ଓଡ଼ିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି।

ଚଳିତ ମୌସୁମୀ ଋତୁରେ ବନ୍ୟା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ୭ଟି ରାଜ୍ୟକୁ ଏହି ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଓଡ଼ିଶା ଏବଂ ହିମାଚଳ ପ୍ରଦେଶ ପୂର୍ବରୁ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ SDRFର ପ୍ରଥମ କିସ୍ତି ପାଇସାରିଥିବା ବେଳେ, ବନ୍ୟାର ଗୁରତ୍ଵକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କା ଏବଂ ହିମାଚଳ ପ୍ରଦେଶ ପାଇଁ ୧୯୩.୯୫ କୋଟି ଟଙ୍କାର ଦ୍ୱିତୀୟ କିସ୍ତି ଅଗ୍ରିମ ମଞ୍ଜୁର କରାଯାଇଛି।