ଭୁବନେଶ୍ୱର: ଭୁଲ ପାଠ୍ୟପୁସ୍ତକ ପ୍ରତ୍ୟାହାର ଏବଂ ଶିକ୍ଷାର ଅଧିକାର (RTE) ଆଇନର ପରିସର ବୃଦ୍ଧି ଦାବିରେ ଆଜିଠାରୁ ଅନଶନ ଆରମ୍ଭ କରିଛି ଓଡ଼ିଶା ଅଭିଭାବକ ମହାସଂଘ। ଏହି ଆନ୍ଦୋଳନରେ ସାମିଲ ହେବାକୁ ସଂଗଠନ ସମସ୍ତ ସଦସ୍ୟ ଓ RTE ଅଭିଭାବକଙ୍କୁ ଆହ୍ୱାନ କରିଛି।
ସଂଗଠନର ପ୍ରଥମ ଦାବି ହେଉଛି, ମୁଖ୍ୟମନ୍ତ୍ରୀ ପୂର୍ବରୁ କ୍ଲାସ-୧ରୁ ୮ ପର୍ଯ୍ୟନ୍ତ ଭୁଲ ଥିବା ପାଠ୍ୟପୁସ୍ତକ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେହି ପୁସ୍ତକ ପ୍ରତ୍ୟାହାର କରାଯାଇନଥିବାରୁ ଛାତ୍ରଛାତ୍ରୀମାନେ ଏବେ ମଧ୍ୟ ସେହି ପୁସ୍ତକରେ ପାଠ ପଢୁଛନ୍ତି ବୋଲି ମହାସଂଘ ଅଭିଯୋଗ କରିଛି। ତେଣୁ ତାହା ତୁରନ୍ତ ଫେରାଇ ନିଆଯାଉ ।
