ଭୁବନେଶ୍ଵର : ଟ୍ରେନ ପାଇଲଟିଂରେ ଯିବେ ରାଷ୍ଟ୍ରପତି । ଏସକର୍ଟରେ ରହିବ ତିନୋଟି ଟ୍ରେନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ଵରରୁ ବ୍ରହ୍ମପୁର ଟ୍ରେନରେ ଯିବେ। ଆସନ୍ତା ୩ରୁ ୫ତାରିଖ ଯାଏ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ପୋଲିସ ସେବା ଭବନରେ ପୋଲିସ ଡିଜି ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକରେ ଆଲୋଚନା କରାଯାଇଛି ।
ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ଆରପି କୋଚେ, ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ , ଆରପିଏଫ ଆଇଜି ଆଲୋକ ବୋରା ,କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମହାମହିମଙ୍କ ଟ୍ରେନରେ ଯାତ୍ରା ନେଇ ଭୁବନେଶ୍ବର ଷ୍ଟେସନରେ ହାଇଆଲର୍ଟ ସହ ପ୍ରୋଟୋକଲ ଅନୁସାରେ ସୁରକ୍ଷା ଦିଆଯିବ ।
ରାଷ୍ଟ୍ରପତିଙ୍କ ଟ୍ରେନରେ ଗସ୍ତ ସମୟରେ ଅନ୍ୟ କୌଣସି ଟ୍ରେନ ସେହି ରୁଟରେ ଚଳାଚଳ କରିବ ନାହିଁ । ଏଥିପାଇଁ ଆଗରେ ପାଇଲଟିଂ ଟ୍ରେନ ସହ ପଛରେ ମଧ୍ୟ ଏକ କନଭୟ ପାଟ୍ରୋଲିଂ ଟ୍ରେନ ରହିବ । ଏଥିପାଇଁ ଟ୍ରାକ ଠାରୁ ଆରମ୍ଭ କରି ଟ୍ରେନର ସୁରକ୍ଷା ଆଦି ସମସ୍ତ ଦିଗ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି ।
