Bus overturns after guard wall of baripada vip road collapses due to heavy rain

ପ୍ରବଳ ବର୍ଷାରେ ଧସିଲା ଗାର୍ଡୱାଲ, ପାର୍କିଂ ବେଳେ ରାସ୍ତା ତଳକୁ ଓଲଟିଲା ଘରୋଇ ବସ

ରାଜ୍ୟ

ବାରିପଦା : ଲଗାଣ ବର୍ଷା ଯୋଗୁଁ ରାସ୍ତାପାର୍ଶ୍ଵ ଗାର୍ଡ ୱାଲ ଧସକିବା ଫଳରେ ସେଠାରେ ପାର୍କିଂ କରିଥିବା ଏକ ମଧୁସ୍ମିତା ନାମକ ଘରୋଇ ବସ ରାସ୍ତା ତଳକୁ ଖସିପଡିଅଛି l ଏହିଭଳି ଏକ ଦୁର୍ଘଟଣା ଆଜି ଅପରାହ୍ନରେ ବାରିପଦା ସହରର ସତ୍ୟସାୟୀ ଛକ ରୁ ଦାରୋଗାଦାହି ଯାଇଥିବା ଭି ଆଇ ପି ରୋଡ଼ ର ଭଞ୍ଜେଶ୍ୱର ମନ୍ଦିର ନିକଟରେ ଘଟିଅଛି l ଉକ୍ତ ରାସ୍ତା ପାର୍ଶ୍ଵରେ ପ୍ରତ୍ୟେକ ଦିନ ଘରୋଇ ବସ ଗୁଡିକ ପାର୍କିଂ କରଥାଆନ୍ତି l ଏଭଳି ବେଆଇନ ବସ ପାର୍କିଂ କୁ ନେଇ ପୂର୍ବରୁ ଅନେଜଥର ଲୋକମାନେ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ଯ କରିଛନ୍ତି l

ଉକ୍ତ ଭି ଆଇ ପି ରୋଡ଼ ରେ ସବୁବେଳେ ଯାନ ବାହାନ ଚଳାଚଳ ସାଙ୍ଗକୁ ଲୋକମାନଙ୍କର ଯାତାୟତ ଲାଗିରିହିଥାଏ l ଏହି ରାସ୍ତା କୁ ଲାଗି ଅନ୍ୟ ଗୋଟିଏ ରାସ୍ତା ତଳକୁ ଅଛି l ସେହି ରାସ୍ତାପାର୍ଶ୍ଵରେ ଅନେକ ଘର ସାଙ୍ଗକୁ ଏକ ମନ୍ଦିର ମଧ୍ଯ ଅଛି l ତେଣୁ ସେହି ରାସ୍ତାରେ ମଧ୍ଯ ଲୋକମାନଙ୍କର ଚଳପ୍ରଚଳ ସବୁବେଳେ ଲାଗିରହିଥାଏ l ଲଗାତାର ବର୍ଷା ଯୋଗୁଁ ରାସ୍ତାକଡ଼ ଗାର୍ଡୱାଲ ର ମାଟି ନରମ ହୋଇ ଭାଙ୍ଗିପଡିବା ଫଳରେ  ବସ ଟି ତଳକୁ ଓଲଟି ପଡିଥିଲା l ମାତ୍ର ବସରେ କେହି ଯାତ୍ରୀ ନଥିବା ଫଳରେ ଏଜ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଅଛି l ଏହି ସମୟରେ ବସରେ ହେଲପର ଥିଲେ l ସିଏ ଗୁରୁତର ଥିବାରୁ ତାଙ୍କୁ ପିଆରଏମ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଅଛି l