IMG 20260730 WA0160

ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ସାଇ ବାବାଙ୍କ ପାଲିଙ୍କି ଯାତ୍ରା 

ରାଜ୍ୟ
ବାରିପଦା : ସ୍ଥାନୀୟ ବାଘଡାରୋଦ ସ୍ଥିତ ଶିରିଡି ସାଇ ପରିବାର ତରଫରୁ ପବିତ୍ର “ଗୁରୁ ପୂର୍ଣ୍ଣିମା” ଅବସରରେ ପାଲିଙ୍କି ଯାତ୍ରା ଅନୁଷ୍ଠିତ ହୋଇଯାଇଛି I ସକାଳେ ସାଇ ବାବାଙ୍କ ଆରତୀ ପୂଜା ଅର୍ଚ୍ଚନା ପରେ ବାବାଙ୍କ ୧୦୮ ନାମ ଜପ ସହିତ “ଶ୍ରୀଗୁରୁ ଭାଗବତ ସମୂହ ଗାନ କରାଯାଇଥିଲା I
ସନ୍ଧ୍ୟାରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ଯାତ୍ରା ବାହାରି ବାଘଡାରୋଦ ମୁଖ୍ୟ ରାସ୍ତା ଦେଇ ବସଷ୍ଟାଣ୍ଡ, କଚେରୀ ବଜାର, ଏମ କେ ସି ହାଇସ୍କୁଲ, ବାଣ୍ଠିଆ ଜଗନ୍ନାଥ ମନ୍ଦିର, ଜୁବୁଲି ଲାଇବ୍ରେରୀ, କାଳୀ ମନ୍ଦିର ସାହି ଅତିକ୍ରମ କରି ମୂଳ ଆସ୍ଥାନକୁ ଫେରିଆସିଥିଲା I ସମସ୍ତଙ୍କୁ ସାଇ ପରିବାର ତରଫରୁ ପ୍ରସାଦ ବଣ୍ଟନ କରାଯାଥିଲା I ଶିରିଡି ପରିବାରର ମୁଖ୍ୟ ଉଦ୍ୟୋକ୍ତା ଡାକ୍ତର ରାଧାକୃଷ୍ଣ ବିଶ୍ୱାଳ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପନ୍ନ କରିଥିବା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l