ଭୁବନେଶ୍ୱର : ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା ଓ ବୈତରଣୀରେ ବନ୍ୟା ଆଶଙ୍କା । ଭଦ୍ରକ ରାଜଘାଟରେ ବିପଦ ସଂକେତ ଉପରେ ବୈତରଣୀର ଜଳସ୍ତର ରହିଛି । ବାଲେଶ୍ୱର ଜିଲ୍ଲା ନୀଳଗିରିରେ ସର୍ବାଧିକ ବର୍ଷା ହୋଇଛି । ଏଥିଯୋଗୁ ଭଦ୍ରକ, ଧାମନଗର, ଚାନ୍ଦବାଲି, ଦଶରଥପୁରରେ ପ୍ରଭାବିତ ହେବ। ଚାଷ ଜମି ଜଳାର୍ଣ୍ଣବ ହେବ । ସେହିପରି ବସ୍ତା ଓ ନୀଳଗିରିରେ ବି ଜଳବନ୍ଦୀ ସ୍ଥିତି ଦେଖାଦେବ ବୋଲି କହିଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ମହାନଦୀ ଅବବାହିକାରେ ବନ୍ୟା ଆଶଙ୍କା ନାହିଁ ।
ସୋମବାର ସନ୍ଧ୍ୟାରେ ମହାନଦୀରେ ପିକ ଫ୍ଲଡ଼ ହୋଇଥିଲା । ଯାହା ମଙ୍ଗଳବାର ୧୨ଟା ସୁଦ୍ଧା କମିଛି । ମୁଣ୍ଡଳୀରେ ଜଳସ୍ତର କମୁଛି । ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ୱାଟର ଲାଗିଙ୍ଗ ହୋଇ ପାରେ। ହୀରାକୁଦର ଦୁଇଟି ଗେଟ ଖୋଲା ଅଛି। ଦୁଇ ଦିନ ଯାଏଁ ହୀରାକୁଦର ଆଉ ଗେଟ ଖୋଲିବ ନାହିଁ । ଦକ୍ଷିଣ ଓଡ଼ିଶାରେ ଭଲ ବର୍ଷା ହୋଇନି । ତେଣୁ ଡ୍ୟାମ ଗୁଡିକରେ ଅଧିକ ପାଣି ନାହିଁ । ଗତ ବର୍ଷ ଭଲ ବର୍ଷା ହୋଇଥିଲା । ହେଲେ ଏ ବର୍ଷ ହେଉନି । ସୁବର୍ଣ୍ଣପୁରରେ ସର୍ବାଧିକ ଓ ଗଜପତିରେ ସର୍ବନିମ୍ନ ବର୍ଷା ହୋଇଥିବା ସୂଚନା ଦେଇଛନ୍ତି ।
