ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୦ନଂ ୱାର୍ଡ ବ୍ରାହ୍ମମନ୍ଦିରର ୧୦୧ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି I ଦୁଇଦିନ ଧରି ଅନୁଷ୍ଠିତ ଏହି ଉତ୍ସବର ପ୍ରଥମ ଦିନ ମନ୍ଦିର ପରିସରରେ ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସେଭ ଏଲିଫେଣ୍ଟ ଫାଉଣ୍ଡେସନର ସଭାପତି ଡ଼. ଦେବବ୍ରତ ସ୍ୱାଇଁ, ରୋଟାରୀ କ୍ଲବ, ଗୋଲା ସମାଜର ସଭାପତି ଡ. ହରିହର ଦାସ, ବାରିପଦାର ସଭାପତି ତିମିର କୁମାର ଘୋଷ, ଫଳ ଚାରା ରୋପଣ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଡ଼. ବନଜା ମହାନ୍ତି, ମୌସୁମୀ ବାନାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ I ସନ୍ଧ୍ୟାରେ ଉତ୍ସବର ଉଦବୋଧନ ଅନୁଷ୍ଠାନରେ ଶ୍ରୀଚନ୍ଦନ ବାନାର୍ଜୀ ଆଚାର୍ଯ୍ୟର କାର୍ଯ୍ୟ ସମ୍ପନ୍ନ କରିଥିଲେ I
ଦ୍ଵିତୀୟ ଦିନ ବାଲେଶ୍ୱର ବ୍ରହ୍ମମନ୍ଦିରର ଆଚାର୍ଯ୍ୟ ବିଶ୍ୱରଂଜନ ପଣ୍ଡାଙ୍କର ସାରତାତ୍ଵିକ ପ୍ରାର୍ଥନା ସମସ୍ତଙ୍କୁ ବିମୋହିତ କରିଥିଲା I ବାରିପଦା ଓ ବାଲେଶ୍ୱର ବ୍ରହ୍ମମଣ୍ଡଳୀ ସଂଗୀତ ପରିବେଷଣ କରିଥିଲେ I ଆଲୋଚନାଚକ୍ରରେ ରୋଟାରୀ କ୍ଲବର ସମ୍ପାଦକ ତଥା ଶିକ୍ଷାବିତ ସନ୍ଦୀପ କୁମାର ଚାନ୍ଦ ସ୍ୱାମୀ ବିବେକାନନ୍ଦ ଓ ବ୍ରହ୍ମସମାଜର ଆଦର୍ଶ ଏବଂ ପୂର୍ବତନ ସୂଚନା ସଚିବ ଶଶୀପ୍ରଭା ବିନ୍ଧାଣି ମହିଳା ସଶକ୍ତକରଣ ଉପରେ ଆଲୋକପାତ କରିଥିଲେ I ବାରିପଦା ବ୍ରହ୍ମମନ୍ଦିରର ସଭାପତି ରଞ୍ଜନ ବାନାର୍ଜୀ ଓ ସମ୍ପାଦକ ସୁନନ୍ଦନ ବାନାର୍ଜୀ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉତ୍ସବର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ I
