ବାରିପଦା : ଗତକାଲି ବିଳମ୍ବିତ ରାତ୍ରୀରେ ମୟୁରଭଞ୍ଜ ଜିଲ୍ଲା ରସଗୋବିନ୍ଦପୁର ଥାନା ଅନ୍ତର୍ଗତ ମାଣିଦା ଛକ ନିକଟରେ ଥିବା କୃଷ୍ଣଚନ୍ଦ୍ର ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ଦୁବୃତ୍ତ ମାନେ ଲୁହାଗ୍ରିଲ ସମେତ ତାଲାଭାଙ୍ଗି ସୁନା ଗହଣା ଲୁଟ କରିନେଇଥିବାର ଦୋକାନ ମାଲିକ ଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଅଛି l ଅଭିଯୋଗ ମୁତାବକ ଦୁବୃତ୍ତମାନେ ତିନି କେଜି ରୁପା ଅଳଙ୍କର ସମେତ ସୁନା ଲୁଟ କରିଛନ୍ତି l
ବିଳମ୍ବିତ ରାତ୍ରୀରେ ତିନି ଜଣ ଦୁବୃତ୍ତ ହାତରେ ମାରଣାସ୍ତ୍ର ଧରି ମୁହଁରେ କପଡା ବାନ୍ଧି ଲୁଟ କରୁଥିବାର ଦୃଶ୍ୟ ଦୋକାନରେ ଲାଗିଥିବା ସି ସି ଟିଭି କ୍ୟାମେରାରେ କଏଦ ହୋଇଅଛି l ପୋଲିସ ସି ସି ଟିଭି କ୍ୟାମେରା କୁ ଆଧାର କରି ତଦନ୍ତ ଜାରିରଖିଅଛି l ପ୍ରକାଶ ଥାଉକି ଉକ୍ତ ଅଞ୍ଚଳରେ ଦିନ କୁ ଦିନ ଚୋରି ବଢିବାରେ ଲାଗିଅଛି l ଗତ ସପ୍ତାହକ ମଧ୍ୟରେ ତିନି ଚାରି ଗୋଟି ଚୋରି ହୋଇଥିବାବେଳେ ଏକ ପିକଅପ ଭ୍ୟାନ ମଧ୍ଯ ଚୋରି ହୋଇଅଛି l ତେଣୁ ଏ ଦିଗରେ ପୋଲିସ ର ଶିଥିଳ କାର୍ଯ୍ୟାନୁଷ୍ଠାନ କୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି l
