School1

ମୟୁରଭଞ୍ଜ ଜିଲ୍ଲାରେ ସୋମବାର ସମସ୍ତ ସ୍କୁଲ ବନ୍ଦ, ଅତି ପ୍ରବଳ ବର୍ଷା ସତର୍କତା ଜାରି

ରାଜ୍ୟ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା କରାଯାଇଥିବାରୁ ସୋମବାର ସମସ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । IMDର ଜଗତ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରିଛି । ଏହାକୁ ଦୃଷ୍ଟିରେ ରଖି ମୟୁରଭଞ୍ଜ ଜିଲ୍ଲା ପ୍ରଶାସନର ବଡ଼ ନିଷ୍ପତ୍ତି ନେଇଛି ।  ୨୭ ଜୁଲାଇ ୨୦୨୬ ସୋମବାର ଦିନ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।  ଏହି ନିଷ୍ପତ୍ତି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ସ୍ତରର ସମସ୍ତ ବିଦ୍ୟାଳୟ ପାଇଁ ପ୍ରଯୁଜ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।  ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି।