କାମାକ୍ଷାନଗର : ବଜ୍ରପାତରେ ବାପା, ପୁଅ ମୃତ । ଧାନ ରୋଇବା ବେଳେ ଅଘଟଣ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିପଡା ଗ୍ରାମର ଦୁଃଖଦ ଘଟଣା l ବିଲରେ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତରେ ବାପା ପୁଅ ମୃତ l ମୃତକ ଦୁଇଜଣ ହେଲେ ବାଲିପଡା ଗାଁ ସନ୍ତୋଷ ଦେହୁରୀ ଓ ପୁଅ ସତ୍ୟନାରାୟଣ ଦେହୁରୀ l ଆଜି ଦ୍ବିପହର ସମୟରେ ସନ୍ତୋଷ ଗାଁ ନିକଟରେ ଥିବା ଗୋରଡିଆ ଜମିକୁ ଧାନ ରୋଇବାକୁ ପୁଅ ସତ୍ୟନାରାୟଣକୁ ନେଇ ଯାଇଥିଲେ l
ସେଠାରେ ବାପା ଓ ପୁଅ ଧାନ ରୋଇବା ସମୟରେ ହଠାତ ବଜ୍ରପାତ ହୋଇଥିଲା l ଫଳରେ ଉଭୟ ବିଲ ଭିତରେ ଟଳି ପଡ଼ିଥିଲେ l ନିକଟରେ ଥିବା କିଛି ସ୍ଥାନୀୟ ଲୋକ ଏହାଦେଖି ଉଭୟଙ୍କୁ ତୁରନ୍ତ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପରିବାର ଲୋକ ମେଡିକାଲରେ ପହଂଚିଥିବା ବେଳେ ବଜ୍ରପାତ ରେ ବାପା ଓ ପୁଅ ମୃତ୍ୟୁ କୁ ନେଇ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l
