ରାଜ୍ୟସ୍ତରୀୟ ଖୋ-ଖୋ ଚମ୍ପିୟାନସିପ ପାଇଁ ୨୮ରେ ମୟୁରଭଞ୍ଜ ଦଳ ଚୟନ

ରାଜ୍ୟ
ବାରିପଦା : ଓଡିଶା ଖୋ – ଖୋ ଏସୋସିଏସନ ଆନୁକୂଲ୍ୟରେ ପୁରୀ ଠାରେ ୧୪ ତମ ଜୁନିୟର ରାଜ୍ୟ ଖୋ – ଖୋ ଚମ୍ପିୟାନସିପ ଅଗଷ୍ଟ ୧ ରୁ ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ ଜଣାଇଛନ୍ତି I
ଏହି ଅବସରରେ ୧୮ ବର୍ଷରୁ କମ ଉଭୟ ବାଳକ ଓ ବାଳିକା ଦଳ ପାଇଁ ଚୟନ ଶିବିର ବାରିପଦା ଷ୍ଟାଡିୟମ ପରିସରରେ ଚଳିତ ମାସ ୨୮ ତାରିଖ ଦିନ ଅନୁଷ୍ଠିତ ହେବ I ଇଛୁକ ଖେଳାଳି ନିଜନିଜର ଆଧାର କାର୍ଡ ଓ ଡିଜିଟାଲ ଜନ୍ମ ପ୍ରମାଣପତ୍ର ସହ ଉକ୍ତ ଦିନ ନାମ ପଞ୍ଜିକରଣ କରିପାରିବେ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I