IMG 20260721 WA0163

ଜାତୀୟ ଯୋଗାସନ ପ୍ରତିଯୋଗିତାରେ ଭଗ ନେବେ ମୟୁରଭଞ୍ଜର ୭ ପ୍ରତିଯୋଗୀ

ରାଜ୍ୟ
ବାରିପଦା : ରାଜସ୍ଥାନ ଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୋଗାସନ ସବ ଜୁନିୟର ଓ ଜୁନିୟର ପ୍ରତିଯୋଗିତାରେ ମୟୁରଭଞ୍ଜର ୫ ଜଣ ଓ ପାଟନାରେ ସିନିୟର ବିଭାଗର ୨ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟରର ସମ୍ପାଦକ ଜ୍ୟୋତିରଞ୍ଜନ ଦାସ ଜଣାଇଛନ୍ତି I
ପ୍ରକାଶ ଥାଉକି ଚଳିତ ମାସ ଓଡିଶା ଯୋଗ ଏସୋସିଏସନ ଦ୍ୱାରା କଟକ ଠାରେ ଅନୁଷ୍ଠିତ ୩୨ ତମ ରାଜ୍ୟ ସ୍ତରୀୟ ଯୋଗାସନ  ପ୍ରତିଯୋଗିତାରେ ମୟୁରଭଂଜ ଜିଲ୍ଲାରୁ ସର୍ବମୋଟ ୬୧ ଜଣ ବାଳକ ଓ ବାଳିକା ଏବଂ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିବା ବେଳେ ସବ ଜୁନିୟର ଓ ଜୁନିୟର ବିଭାଗରେ ବିଜୟଲକ୍ଷ୍ମୀ ଗିରି ୩ୟ ସ୍ଥାନ, ନିହାର ରଞ୍ଜନ ସାହୁ ୨ୟ, ବିଷ୍ଣୁ ପ୍ରସାଦ ସାମଲ ୨ୟ, କ୍ରିଷ୍ଣା ନାୟକ ୧ମ ଓ ବିଶ୍ୱଜିତ ମହାନ୍ତି ୨ୟ ସ୍ଥାନ ଏବଂ ସିନିୟର ବିଭାଗରେ ଶିବଶଙ୍କର ଦାସ ୧ମ ଓ ପ୍ରକାଶ ବେହେରା ୨ୟ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି I
ତତସହିତ ଶୁଭଶ୍ରୀ ନିକିତା ଜେନା ୫ମ, ଶୁଭ୍ରାଂଶୁ ପୃଷ୍ଟି ୬ଷ୍ଠ, ପ୍ରସାଦ ବାରିକ ୫ମ, ପ୍ରିୟାଂଶି ପୃଷ୍ଟି ୬ଷ୍ଠ, ବିଷ୍ଣୁ ଶିବରାଜ ସୋରେନ ୪ର୍ଥ, ଯାଜ୍ଞଶିନୀ ସାହୁ ୬ଷ୍ଠ, ସଂଗୀତା ପାଢ଼ୀ ୪ର୍ଥ, ରୁପମ ମଣ୍ଡଳ ୫ମ, ନେହା ଅଗ୍ରୱାଲ ୫ମ, ଦେବାଶିଷ ବାରିକ ୫ମ ଓ ଆରତୀ ସିଂ ୪ର୍ଥ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ଏବଂ କ୍ରିଷ୍ଣା ନାୟକ “ଯୋଗ କୁମାର” ଓ ଶିବଶଙ୍କର ଦାସ ଯୋଗଶ୍ରୀ ଉପାଧି ଲାଭ କରିଛନ୍ତି I ଜିଲ୍ଲା କ୍ରୀଡା ଅଧିକାରୀ ଡ଼ଃ ସୁଭାଶିଷ ନାୟକ କୃତୀ ପ୍ରତଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଜାତୀୟ ସ୍ତରରେ ସଫଳତା କାମନା କରିଛନ୍ତି I