IMG 20260719 WA0180

ଶ୍ରୀ ଜଗନ୍ନାଥ ଚେତନା ଓ ସେବା ସଂଘ ପକ୍ଷରୁ ’ସମର୍ପଣ” ପତ୍ରିକା ଉନ୍ମୋଚିତ

ରାଜ୍ୟ
ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ର   ସ୍ଥାନୀୟ ଦୁର୍ଗାମଣ୍ଡପ ଛକ ନିକଟରେ ଥିବା ମାଉସୀ ମା ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଜଗନ୍ନାଥ ଚେତନା ଓ ସେବାସଂଘ,ରାଇରଙ୍ଗପୁର ପକ୍ଷରୁ ସମର୍ପଣ ପତ୍ରିକା ଶୁଭ ଉନ୍ମୋଚନ ହୋଇଯାଇଛିI ସଭାପତି ଲଳିତ କୁମାର ମହାନ୍ତଙ୍କ ସଭାପତିତ୍ବରେ  ମୁଖ୍ଯଅତିଥି ଭାବେ ମୟୂରଭଞ୍ଜ ସାଂସଦ ତଥା ରଥ ପରିଚାଳନା କମିଟି ର ଅଧ୍ଯକ୍ଷ ନବଚରଣ ମାଝୀ ସମର୍ପଣ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ I
ସମ୍ମାନିତ ଅତିଥି ଭାବେ  ପୌର ପରିଷଦର ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ବରିଷ୍ଠ ସମାଜସେବୀ ନବୀନ ରାମ,  ସହରର ଅନନ୍ଯ ସମୟ ର ଅଭିବ୍ଯକ୍ତି ପରିକ୍ରମା ଅନୁଷ୍ଠାନର ମୁଖ୍ଯ କାର୍ଯ୍ଯନିର୍ବାହୀ ମନୋଜ ଦାସ, ସମ୍ପାଦକ ସଚିକାନ୍ତ କର, ସମ୍ପାଦକ (ସମର୍ପଣ) ପୁଷ୍ପାଞ୍ଜଳି ତ୍ରିପାଠୀ, ସଂଗଠନ ସମ୍ପାଦକ ନିଗମାନନ୍ଦ ପଟ୍ଟନାୟକ, ଉପସଭାପତି ଦୁଷ୍ମନ୍ତ କୁମାର ବସା, ସାମ୍ବାଦିକ ସୌରଭ ପଟ୍ଟନାୟକ, କାର୍ଯ୍ଯକାରିଣୀ ସଦସ୍ଯ ସମ୍ପାଦନା ମଣ୍ଡଳୀ ହରିଶ୍ଚନ୍ଦ୍ର ହୋତା, ଯୁଗ୍ମ ସମ୍ପାଦକ ମୂରଲୀଧର ବଳ, ଶ୍ରୀ ଜଗନ୍ନାଥ ମନ୍ଦିର ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର ଶର୍ମା ଓ ଜୁନିୟର ରେଡକ୍ରସ ଅଫିସର ମୟୂରଭଞ୍ଜ ସ୍ମୁତି ରଂଜନ ପାଣି ପ୍ରମୁଖ ଉପସ୍ଥିତ ଥିଲେ l
ମୁଖ୍ଯଅତିଥି  ସାଂସଦ ତଥା ରଥ କମିଟି ର ଅଧ୍ଯକ୍ଷ ନବଚରଣ ମାଝୀ ବକ୍ତବ୍ଯରେ ଶ୍ରୀ ଜଗନ୍ନାଥ ଚେତନା ର ପ୍ରଚାର  ପ୍ରସାର କରିବାରେ ଏହି ସମର୍ପଣ ପତ୍ରିକା ସହାୟକ ହୋଇପାରିବ ବୋଲି କହିଥିବା ବେଳେ ସମ୍ମାନିତ ଅତିଥି ରାଇରଙ୍ଗପୁର ପୌର ପରିଷଦର ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ ବକ୍ତବ୍ଯରେ ଶ୍ରୀ ଜଗନ୍ନାଥ ଙ୍କ ଭାବାବେଗ ଓ ରହସ୍ଯ ସମ୍ଭଳିତ ଏହି ପତ୍ରିକା ସମର୍ପଣ ପତ୍ରିକା ସମସ୍ତଙ୍କ ଭିତରେ ଶ୍ରୀ ଜଗନ୍ନାଥଙ୍କ ବିଷୟରେ ଉତ୍ତମ ଚେତନା ସୁଷ୍ଟି କରିପାରିବ ବୋଲି କହିଥିଲେ l ଅନ୍ଯାନ୍ଯ ଅତିଥିଗଣ ସମର୍ପଣ ପତ୍ରିକା ସଂପର୍କରେ ସୁଚିନ୍ତିତ ବକ୍ତବ୍ଯ ପ୍ରଦାନ କରିଥିଲେl ଏହି କାର୍ଯ୍ୟକ୍ରମରେ ସହ ସମ୍ପାଦକ ସ୍ମୁତି ରଂଜନ ପାଣି ସଭା ପରିଚାଳନା କରିଥିବା ବେଳେ ଉପସଭାପତି ଦୁଷ୍ମନ୍ତ କୁମାର ବସା ଧନ୍ଯବାଦ ଅର୍ପଣ କରିଥିଲେ l ଉକ୍ତ ସଭାରେ ଶ୍ରୀ ଜଗନ୍ନାଥ ପ୍ରେମୀ  ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l