ବାରିପଦା : ଆଜି ପାଖରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେହ ସନ୍ଧ୍ୟାରେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଶ୍ରୀ ଗୁଣ୍ଡିଚା ମିନ୍ଦିରର ଆଡ଼ପ ମଣ୍ଡପରେ ମହାପ୍ରଭୁମାନେ ବିଭିନ୍ନ ବେଶରେ ସଜିତ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ l ଆଜି ରବିବାର ପ୍ରଥମ ଦିନ ସନ୍ଧ୍ୟାରେ ଆଡ଼ପ ମଣ୍ଡପରେ ତିନି ଠାକୁର ମତ୍ସ୍ୟ- କୂର୍ମ ବେଶରେ ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି l ଆଜି ମହାପ୍ରଭୁମାନଙ୍କର ବେଶ ଦର୍ଶନ କରିବା ପାଇଁ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା l
ପ୍ରତିବର୍ଷ ସମସ୍ତେ ଚାହିଁ ରହିଥାଆନ୍ତି ଏହି ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କ ବେଶ ଦର୍ଶନ କରିବା ପାଇଁ l ବେଶ ଦର୍ଶନ କରିବା ସହ ମହାପ୍ରଭୁ ମାନଙ୍କର ଆଶୀର୍ବାଦ ଭିକ୍ଷା କରିଥାଆନ୍ତି ଭକ୍ତବୃନ୍ଦ l ଶୁକ୍ରବାର ଶେଷ ବେଶ ଦର୍ଶନ l ଦ୍ୱାରିକା (ସୁନା) ବେଶରେ ତିନି ଠାକୁର ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବାପରେ ବାହୁଡା଼ ପହଣ୍ଡି ହୋଇ ରଥ ଉପରକୁ ବିଜେ କରିବେ l ସେହିପରି ବାରିପଦା ର ଅନ୍ୟତମ ସାନ ଜଗନ୍ନାଥ ମନ୍ଦିରର ମହାପ୍ରଭୁମାନଙ୍କର ଆଜି ସନ୍ଧ୍ୟାରେ ଭକ୍ତମାନେ ବେଶ ଦର୍ଶନ କରିଛନ୍ତି l ଏଠାରେ ମଧ୍ଯ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟାରେ ତିନି ଠାକୁର ବିଭିନ୍ନ ବେଶରେ ସଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ l
