IMG 20260718 WA0208

ଶ୍ରୀ ଶ୍ରୀ ଦେବେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ରାଜ୍ୟ
ବାରିପଦା : ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୩ ନଂ ୱାର୍ଡ ସ୍ଥିତ ବଳରାମପୁରରେ ଶ୍ରୀ ଶ୍ରୀ ଦେବେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଵିଧିବିଧାନ ଅନୁସାରେ ଚଳିତ ମାସ ୧୪ ତାରିଖ ଦିନ ଅଂକୁର ରୋପଣ କରାଯାଇଥିବା ବେଳେ ୧୫ ତାରିଖ ଦିନ ଘଟଉତ୍ତୋଳନ ଓ କଳସ ଯାତ୍ରା ପର୍ବ ଅନୁଷ୍ଠିତ ହୋଇଥିଲା I ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବା ସହ ଶେଷ ଦିନ ପୂର୍ଣ୍ଣାହୁତି ପର୍ବ ସମ୍ପନ୍ନ ହୋଇଥିଲା I ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଥବାବେଳେ ସମସ୍ତଙ୍କ ପାଇଁ କମିଟି ତରଫରୁ ପ୍ରସାଦ ବଣ୍ଟନ ସେବାର ବ୍ୟବସ୍ଥା କରାଯାଇଥିଲା I
ପୁରୋହିତ ମନୋଜ ପଣ୍ଡାଙ୍କ ଦ୍ୱାରା ସମସ୍ତ କର୍ମ ସମ୍ପନ୍ନ ହୋଇଥିଲା ଓ ରବିକାନ୍ତ ସିଂହ ଓ ଅଙ୍କିତା ସିଂହ କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ I ରାଜକିଶୋର ସିଂହ, ପ୍ରଭାସ ସାହୁ, ପ୍ରଫୁଲ୍ଲ ଦାଶ, କିରଣ ମହାପାତ୍ର, ସଚିନ୍ଦ୍ର ପାତ୍ର, ଭବତୋଷ ବେହେରା, ସଞ୍ଜୟ ସେନାପତି ଓ ସରୋଜ କୁମାର ଶତପଥି ସମସ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ I