IMG 20260714 WA0134

ତିନି ଠାକୁରଙ୍କୁ ନବଯୌବନ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ

ରାଜ୍ୟ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ଆଜି ତିନି ଠାକୁରଙ୍କୁ ନବଯୌବନ ବେଶରେ ଦର୍ଶନ କଲେ ଶ୍ରଦ୍ଧାଳୁ l ଅଣସର ଘରୁ ତିନି ଠାକୁର ଜଗତର ନାଥ ପ୍ରଭୁ ଜଗନ୍ନାଥ, ବଦଠାକୁର ପ୍ରୂଭୁ ବଳଭଦ୍ର, ମା ସୁଭଦ୍ରା ଆଜି ସମ୍ପୂଣ୍ଣ ସୁସ୍ଥ ହୋଇ ବାହାରିବା ପରେ ମନ୍ଦିର ପ୍ରାଙ୍ଗଣରେ ନୂତନ ବସ୍ତ୍ର ପରିଧାନ ପୂର୍ବକ ସୁସଜିତ ହୋଇ ଭକ୍ତମାନଙ୍କୁ ନବ ଯୌବନ ବେଶରେ ଦର୍ଶନ ଦେଇଛନ୍ତି l ପ୍ରତିବର୍ଷ ଏହି ଦିନକୁ ଭକ୍ତମାନେ ଉତ୍କଣ୍ଠାର ସହିତ ଚାହିଁ ବସିଥାଆନ୍ତି   l ଆସିବ ପବିତ୍ର ଗୁଣ୍ଡିଚା  ରଥଯାତ୍ରା l ତିନିଠାକୁରଙ୍କୁ ରଥ ଉପରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିବେ ଶ୍ରଦ୍ଧାଳୁ l

ଆଜି ପାଗ ଥିଲା ସମ୍ପୂର୍ଣ୍ଣ ଅନୁକୂଳ l ପୂର୍ବାହ୍ନରେ ପ୍ରବଳ ବର୍ଷା ପରେ ଅପରାହ୍ନରେ ପାଗ ଥିଲା ଶୁଖିଲା l ବଡ଼ ଜଗନ୍ନାଥ ମନ୍ଦିର ଏବଂ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କର ଭିଡ଼ ଦେଖିବାକୁ ମିଳିଥିଲା l ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ମନ୍ଦିରରେ ପୋଲିସ ମୃତୟନ ହୋଇଥିଲେ l ପ୍ରଚଳିତ ପ୍ରଥା ଅନୁଯାୟୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ପହଣ୍ଡି ପର ଦୁଇ ଦିନ ରଥଟଣା ହେବ l ମା ସୁଭଦ୍ରା ଙ୍କ ରଥ କୁ କେବଳ ମହିଳାମାନେ ଟାଣିବା ର ପ୍ରଥା ରହିଆସିଅଛି l ତିନିଗୋଟି ରଥରେ ତିନି ଠାକୁର ବିରାଜମାନ ହେବେ l ରଥ ଖଳାରେ ତିନି ରଥ ତିନି ଠାକୁର ଙ୍କ ଅପେକ୍ଷାରେ l ରଥଟଣା କୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଅଛି l