IMG 20260713 WA0257

ପାଟରା ସମାଜ, ମୟୁରଭଞ୍ଜର ସାଙ୍ଗଠନିକ ବୈଠକ

ରାଜ୍ୟ
ବାରିପଦା :  ପାଟରା ସମାଜ, ମୟୁରଭଞ୍ଜର ସାଙ୍ଗଠନିକ ବୈଠକ ସ୍ଥାୟୀୟ କଲ୍ୟାଣୀ ମହିଳା ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି I ସଭ୍ୟ ମାନଙ୍କ ଉପସ୍ଥିତିରେ ସଂଗଠନର ଉପବିଧି ପ୍ରସ୍ତୃତ୍ତି,ସଂଗଠନର ପାଞ୍ଜିକରଣ ଓ କାର୍ଯ୍ୟକାରୀ କମିଟିର ଚୟନ ନିମନ୍ତେ ସମିତିର ଆବାହକ ସ୍ୱରୂପ କୁମାର ବଶା ଅଭିଭାଷଣ ରଖିଥିଲେ I ପIଟରା ସମାଜ ଗଠନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆଲୋକପIତ କରିଥିଲେ I ସଭ୍ୟମାନଙ୍କର ସର୍ବସମ୍ମତି କ୍ରମେ ପIଟରା ସମାଜର ପ୍ରସ୍ତୁତି ହାଇଥିବା ଉପବିଧି ଗୃହୀତ ହେଲା ,ସଂଗଠନର ପାଞ୍ଜିକରଣ ପାଈଁ ସ୍ଥରୀକୃତ କରାଗଲା ଓ ଏହାର କାର୍ଯ୍ୟକାରୀ କମିଟିର ସଦସ୍ୟ ମାନଙ୍କୁ ଚୟନ କରାଗଲା I
ପ୍ରଦୀପ କୁମାର ପାତ୍ର ସଭାପତି, ସ୍ୱରୂପ କୁମାର ବଶା  ସାଧାରଣ ସମ୍ପାଦକ, ସମରେନ୍ଦ୍ର ବଶା କାର୍ଯ୍ୟକାରୀ ସଭାପତି, ଅନିଲ କୁମାର ପୃଷ୍ଟି ଉପସଭାପତି, ମାନସ ରଞ୍ଜନ ମହାପାତ୍ର ସହ ସମ୍ପାଦକ, ସଞ୍ଜୟ କୁମାର ନାୟକ ଓ ଜୟନ୍ତ ସେନାପତି କୋଷାଧ୍ୟକ୍ଷ, ସନ୍ତୋଷ କୁମାର ପାତ୍ର ସହ କୋଷାଧ୍ୟକ୍ଷ, ଶକ୍ତି ପ୍ରସାଦ ପାତ୍ର,କାର୍ଯ୍ୟକାରୀ ସଭ୍ୟ ଭାବେ ଚିତ୍ତରଞ୍ଜନ ସାହୁ,  କିଶୋର କୁମାର ବଶା, ରବିନାରାୟଣ ପୃଷ୍ଟି, ସୁବ୍ରତ ବଶା, ଜ୍ୟୋତିପ୍ରକାଶ ବଶା, ସୁକାନ୍ତ ପସା, ମଳୟ କୁମାର ମହାପାତ୍ର ଓ ମୃତୁଞ୍ଜୟ ମହାପାତ୍ର ମନୋନୀତ ହୋଇଥିଲେ I
ସମସ୍ତ କାର୍ଯ୍ୟକାରୀ କମିଟିର ସଦସ୍ୟ ମାନେ ଏହି ସଂଗଠନକୁ ବଳିଷ୍ଠ ଓ ପୂର୍ଣ୍ଣାଙ୍ଗ ରୂପରେ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନେବେ ବୋଲି ଶପଥ ପାଠ କରିଥିଲେ I କ୍ଷିତିଷ ଚନ୍ଦ୍ର ବଶା, ରବୀନ୍ଦ୍ର କୁମାର ନାୟକ, ବୀରେନ୍ଦ୍ର ନIଥ ବଶା, ପ୍ରିତିଶ ଚନ୍ଦ୍ର ବଶା ଓ ଗିରିଶ ଚନ୍ଦ୍ର ପାତ୍ରଙ୍କୁ ଉପଦେଷ୍ଟା ରୂପେ ଚୟନ କରାଗଲା I ଆଗାମୀ ଦିନରେ ସମାଜ କଲ୍ୟାଣ ପାଇଁ କାର୍ଯ୍ୟ ସଂଗଠନ ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ନବ ନିର୍ବାଚିତ ସଭାପତି ପ୍ରଦୀପ କୁମାର ପାତ୍ର ପ୍ରକାଶ କରିଛନ୍ତି I