ବାରିପଦା : ଶିମିଳିପାଳର ସଂମ୍ପୂର୍ଣ୍ଣ ସୁରକ୍ଷା ସହ ପର୍ଯ୍ୟଟନ ଶିଳ୍ପ ଓ ପ୍ରାକୃତିକ ସମ୍ପଦର ଉପଯୋଗରେ ମୟୁରଭଞ୍ଜ ବାସୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟ ନେଇ ଲୋକଙ୍କ ମଧ୍ୟରେ ସଚେତନତା ଆଣିବା ସହିତ ସରକାର ଙ୍କୁ ଅବଗତ କରାଇବା ନିମନ୍ତେ ମୟୁରଭଞ୍ଜ ଜିଲ୍ଲା ର ଏକ ଅଗ୍ରଣୀ ଅଣରାଜନୌତିକ ସଂଗଠନ ଭଞ୍ଜସେନା ର ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ପରିକଳ୍ପନା କୁ ନେଇ ସୋମନାଥ ସାହୁଙ୍କ ଦ୍ଵାରା ରଚିତ ତଥା ରାଜା ମିଶ୍ରଙ୍କ ଦ୍ଵାରା ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଜନସଚେତନତା ଚଳଚ୍ଚିତ୍ର “ଆନ୍ଦୋଳନ” କୁ ଆଜି Ollywood International film festival-2026 ରେ Best Cultural Film Award ରେ ପୁରସ୍କୃତ କରାଯାଇଛି |
ଏହି ଅବସରରେ ଆଜି ସଂଧ୍ୟାରେ ଭୁବନେଶ୍ଵର ଜୟଦେବ ଭବନ ଠାରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ “ଆନ୍ଦୋଳନ” ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜା ମିଶ୍ର ଙ୍କୁ ଏହି ପୁରସ୍କାର ଟ୍ରଫି ପ୍ରଦାନ କରାଯାଇଥିଲା ତାଙ୍କ ସହିତ ଭଞ୍ଜସେନା ଜିଲ୍ଲା ଆବାହକ ରାକେଶ ବେହେରା, ପବିତ୍ର ମୋହନ ପାଢ଼ୀ, ମୁକ୍ତି ଦତ୍ତ , ମନୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
