ବାରିପଦାରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ଲୋକ ଅଦାଲତ

ରାଜ୍ୟ
ବାରିପଦା : ବାରିପଦା ସ୍ଥିତ ଜିଲ୍ଲା ନ୍ୟାୟାଳୟ ପରିସରରେ ଚଳିତ ମାସ ୧୮ ତାରିଖ (ଶନିବାର‌)  ଦିନ ଏନ. ଆଇ. ଆକ୍ଟ କେସ୍ ଧାରା ୧୩୮ ଅନ୍ତର୍ଗତ (ଚେକ ବାଉନ୍ସ) ମୋକଦ୍ଦମା ଗୁଡିକର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜିତ ହେବ।
ଏହି ସ୍ୱତନ୍ତ୍ର ଲୋକ ଅଦାଲତ ମାଧ୍ୟମରେ  ଦୀର୍ଘଦିନ ଧରି ଚାଲି ଆସୁଥିବା  ବିଚାରାଧୀନ ମୋକଦ୍ଦମା ଗୁଡିକର ପକ୍ଷମାନଙ୍କ ସହମତିରେ ଆପୋଷ ବୁଝାମଣା ଦ୍ଵାରା ସମାଧାନ କରାଯାଇପାରିବ, ଯେଉଁଥିରେ କୌଣସି ଅର୍ଥ ବହନ କରିବାକୁ ପଡ଼ିବ ନାହିଁ। ତେଣୁ ଏହି ସୁଯୋଗର ସଦୁପଯୋଗ କରିବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ତରଫରୁ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ସବିଶେଷ ବିବରଣୀ ତଥା ବିଚାରାଧୀନ ବିବାଦର ଆପୋଷ ସମାଧାନ ପାଇଁ ଜିଲ୍ଲା ନ୍ୟାୟାଳୟ ପରିସରରେ ଥିବା ଆଇନ ସେବା ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟରେ ଖୁବଶୀଘ୍ର ଯୋଗାଯୋଗ କରିବାକୁ ପ୍ରାଧିକରଣ ପକ୍ଷରୁ ନିବେଦନ କରାଯାଇଛି।