ପୁଣେ : ପ୍ରବଳ ବର୍ଷା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହୋଇଛି । ମହାରାଷ୍ଟ୍ରରେ ଅନେକ ସ୍ଥାନରେ ଗୋଟିଏ ପରେ ଗୋଟିଏ ଅଘଟଣ ଚାଲିଛି । ପୁଣେରେ ଏକ ବିଲିଡିଂ ଭୁଶୁଡ଼ିବା ଯୋଗୁଁ ଅନେକ ଲୋକ ଦବିଥିବା ଆଶଙ୍କା କରାଯାଉଛି । ପୁଣେ ଜିଲ୍ଲାର ପିମ୍ପରୀ-ଚିଚୱଡରେ ଏକ ୩ ମହଲା ବିଲିଡିଂ ଭୁଶୁଡି ପଡିଛି । ଅତିକମରେ ୧୬ ଜଣ ଦବିଥିବା ଆଶଙ୍କା କରାଯାଉଛି ।
ସୂଚନା ମୁତାବକ, ମୋଶୀରେ ଅଳିଆ ଡିପୋ ନିକଟରେ ସ୍ଥିତ ୱେଷ୍ଟ-ଟୁ-ଏନର୍ଜି ପ୍ରୋଜେକ୍ଟରେ ପ୍ରବଳ ବର୍ଷା ଯୋଗୁଁ ୩ ମହଲା ବିଲିଡିଂ ଭୁଶୁଡ଼ି ପଡିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ଅତିକମରେ ୧୬ ଜଣ ଲୋକ ଫସିଥିବା ଆଶଙ୍କା କରାଯାଉଛି । ଦ୍ବିତୀୟ ମହଲାରେ ଫସିଥିବା ର୍କମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ପ୍ରଥମ ମହଲାରେ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି । ଜଣଙ୍କ ଅବସ୍ଥା ଗୁରୁତର ବୋଲି ହସପିଟାଲରେ ଭର୍ତ୍ତି କରାଯାଇଛି ।
ଘଟଣା ସ୍ଥଳରେ ପୋଲିସ, ଦମକଳ ଏବଂ ଉଦ୍ଧାରକାରୀ ଦଳ ରେସକ୍ୟୁ ଅପରେସନ କରୁଛନ୍ତି । ତଳେ ଫସିଥିବା ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚେଷ୍ଟା ଜାରି ରହିଛି ।
ସ୍ଥାନୀୟ ମେୟର କହିଛନ୍ତି, ଆଡମିନିଷ୍ଟ୍ରେଟିଭ ବିଲିଡିଂ ପୁରୁଣା ଅଳିଆ ପାହାଡ ନିକଟରେ ରହିଥିଲା । ପ୍ରବଳ ବର୍ଷା ଯୋଗୁଁ ଢିଲା ହେବା ଯୋଗୁଁ ବିଲିଡିଂ ଭୁଶୁଡ଼ି ପଡିଥିଲା । ଏଥିରେ ପ୍ରାଇଭେଟ କମ୍ପାନୀର ୧୬ କର୍ମଚାରୀ ବିଲିଡିଂ ଭିତରେ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ଏନଡିଆରଏଫ ଟିମ, ଫାୟର ବ୍ରିଗେଡ ଏବଂ ଆମ୍ବୁଲାନ୍ସ ଟିମ୍ ପହଞ୍ଚି ରେସକ୍ୟୁ ଅପରେସନ ଚାଲୁ କରିଛି ।
