IMG 20260704 WA0145

 ବାଇକକୁ ପିଟିଲା ହାଇଡ୍ରା; ଅଳ୍ପକେ ବର୍ତ୍ତିଲେ ଦୁଇ ବାଇକ୍ ଆରୋହୀ

ରାଜ୍ୟ
ବାରିପଦା : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ରାଇରଙ୍ଗପୁର – ଗୈରୁମହିଷାଣୀ ରାସ୍ତାର ୩ କିମି ଦୂର ଦୁବୁଲାବେଡା ରାସ୍ତା ପାର୍ଶ୍ଵରେ  ଏକ ବାଇକ୍ ଛିଡ଼ା ହୋଇଥିବା ଅବସ୍ଥାରେ  ରାସ୍ତାରେ ଆସୁଥିବା ହାଇଡ୍ରା ଧକ୍କା ଦେବା ଫଳରେ ବାଇକ୍ ଚୁରମାର ହୋଇଥିବା  ହୋଇଅଛି ।ସୂଚନାଯୋଗ୍ୟ ଵହଳଦା ବ୍ଳକର ଡଲସରା ଗ୍ରାମର ଆଇଁଠୁ ଟୁଡୁ, ଏବଂ ସାଙ୍ଗ ସୁନାରାମ କିସ୍କୁ  ତାଙ୍କ ମାମୁଁ ଘର ଗ୍ରାମ ଦେଉରାଡିହି କୁ ଆଜି ସକାଳେ ନିଜ ବାଇକ୍   OD11J5123  ରେ ଯାଉଥିବାବେଳେ ଦୁଵୁଲାବେଡା ରାସ୍ତାକଡ଼ରେ ବାଇକ୍ ରଖି ପରିସ୍ରା କରୁଥିଲେ ।ହଠାତ୍ ଏକ ଢୋ ଶବ୍ଦ ଶୁଭିଲା ।
ସେମାନେ ଚମକି ପଡ଼ି  ଆଗକୁ ଦୌଡିଲେ ।ପଛରୁ ଅନେଇ ଦେଖନ୍ତି ତ ତାଙ୍କ ବାଇକ କୁ ଏକ ହାଇଡ୍ରା ଗାଡ଼ି ଧକ୍କା ଦେଇଛି । ହାଇଡ୍ରା ଗାଡ଼ି ରାଇଭର ଗାଡ଼ି ରଖି ଜଙ୍ଗଲ ଭିତରକୁ ପ୍ରାଣ ବିକଳରେ ଦୌଡ଼ି ପଳାଇଲା ।ବାଇକ ଟି ଚୁରମାର ହୋଇଥିଲା ।ପରେ ଖବର ପାଇ ରାଇରଙ୍ଗପୁର ଟାଉନଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜଵତ କରିବା ସହ ଅଧିକ ତଦନ୍ତ କରୁଅଛି ।