ବାରିପଦା : ସାରା ରାଜ୍ୟରେ ୧୦ ଦଫା ଦାବି ନେଇ ଓମ୍ସା ର ଡାକ୍ତରମାନେ କାର୍ଯ୍ୟବନ୍ଦ କରିଛନ୍ତି ।ଓମ୍ସା ର ନିଷ୍ପତ୍ତି କ୍ରମେ ମୟୁରଭଞ୍ଜ ଜିଲ୍ଲା ର ସଦର ମହକୁମା ସମେତ ଉପଖଣ୍ଡ ଚିକିତ୍ସାଳୟ ବାମନଘାଟୀ ଉପଖଣ୍ଡର ଡାକ୍ତରମାନେ ନିଜର ହକ୍ ପାଇଁ କାର୍ଯ୍ଯଵନ୍ଦ କରିଛନ୍ତି ।କିନ୍ତୁ ଅପରପକ୍ଷେ ରେ ଦେହ ଅଛି ତ ରୋଗ ଅଛି ।ମୟୁରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା l ଏହାର ଅଧିକାଂଶ ଅଞ୍ଚଳ ଜଙ୍ଗଲ ପାହାଡ଼ଘେରା l
ବିଶେଷକରି ବାମନଘାଟୀ ଉପଖଣ୍ଡର ଆଦିବାସୀ ଅଧ୍ୟୁଷିତ ପାହାଡ଼ ଇଲାକା ଦୁର୍ଗମ ଅଞ୍ଚଳରୁ ରୋଗୀ ଦୁର୍ଘଟଣାଗ୍ରସ୍ତ ,ସାପ କାମୁଡା, କୁକୁର କାମୁଡ଼ା, ମେଲେରିଆ ଆକ୍ରାନ୍ତ,ଥାଲାସେମିଆ, ପ୍ରସୂତିଋ ମହିଳା , ବୟସ୍କ ବୃଦ୍ଧବୃଦ୍ଧା ମାନେ ନିଜର ସ୍ଵାସ୍ଥ୍ଯ ଚିକିତ୍ସା ପାଇଁ ସୁଦୂର ରୁ ଆସି ଡାକ୍ତରୀ ସେବା ନ ପାଇ ନାନା ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି । ଆଜି ଶନିବାର ଦିନ ପୂର୍ବାହ୍ନରେ ଡାକ୍ତରଖାନାରେ ବିକଳ ଦୃଶ୍ୟ ଦେଖୁଥିବା ମିଳୁଥିଲା ।ଡାକ୍ତରଖାନା ଖାଁ ଖାଁ ଲାଗୁଛି ।ରୋଗୀଶଯ୍ଯା ଖାଲି ପଡିଛି ।ଆୟୂଷ ଡାକ୍ତରଙ୍କ ସେବାରେ ଚାଲିଥିଲା ରୋଗୀ ସେବା ।ଉପଖଣ୍ଡ ଚିକିତ୍ସାଳୟର ଗୁରୁତର ରୋଗୀଙ୍କୁ ଜିଲ୍ଲା ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା ।ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ସରକାରୀ ଡାକ୍ତରଖାନାକୁ ପଠାଯାଇଥିଲା । ତେଣୁ ସରକାର ତୁରନ୍ତ ଏହି ସମସ୍ୟାର ସମାଧାନ କରି ରୋଗୀମାନେ କିଭଳି ଡାକ୍ତରୀ ସେବା ପାଇଁ ପାରିବେ ବ୍ୟବସ୍ଥା କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଅଛି ।
