ବାରିପଦା : କିଟ୍ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ଆନୁକୂଲ୍ୟରେ ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ କିଟ୍ କେୟାର୍ସ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ବର୍ତ୍ତମାନର ପ୍ରଯୁକ୍ତି ବିଦ୍ୟା ଓ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ ସମ୍ବଳିତ ଦୁନିଆରେ ମୂଲ୍ୟବୋଧର କ୍ଷୟ ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ହତାଶା ଓ ଅବସାଦ ଅଭିବୃଦ୍ଧି ପରିଲକ୍ଷିତ ହେଉଛି I ଏହି ଅବସରରେ କିଟ୍ କେୟାର୍ ପକ୍ଷରୁ “ସମସ୍ତଙ୍କ ପାଇଁ ଶିକ୍ଷା” କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏହି କୁଇଜ ପ୍ରତିଯୋଗିତାରେ ବିଦ୍ୟାଳୟର ୨୩୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।
ଦ୍ୱାଦଶ ଶ୍ରେଣୀର ଛାତ୍ରୀ ଇନ୍ଦ୍ରନୀଳ ପାତ୍ର ଓମ୍ ୧ମ, ପ୍ରକାଶ ପୃଷ୍ଟି ୨ୟ ଓ ମାମୁନୀ ଡୁଂଗିୟା ୩ୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ I କିଟ୍ ବିଶ୍ୱ ବିଦ୍ୟାଳୟର ପ୍ରଫେସର୍ ଚିନ୍ମୟ କୁମାର ପାଣିଗ୍ରାହୀ ଓ ପ୍ରଫେସର୍ ରାଜେନ୍ଦ୍ର କୁମାର ଦାସ, ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଡ. ବନଜା ମହାନ୍ତି ଓ ଲକ୍ଷ୍ମୀକାନ୍ତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷା ଡ.ପୁଷ୍ପା ପାତ୍ର, ପୂର୍ଣ୍ଣଚନ୍ଦ୍ର ଉଚ୍ଚମାଧ୍ୟମିକ ବିଦ୍ୟାକ୍ଷୟର ସଭାପତି ଇଂ ପ୍ରଭାସ କୁମାର ଦାସ, ଅଧ୍ୟକ୍ଷା ଅଙ୍କିତା ବାରିକ୍, ବିଜ୍ଞାନ ଓ କଳା ବିଭାଗାଧ୍ୟକ୍ଷ ଡ. ଆଦର୍ଶ ଶତପଥି ଓ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I କିଟ୍ ବିଶ୍ୱବିଦ୍ୟାଳୟ ତରଫରୁ ସମଗ୍ର ରାଜ୍ୟରେ ଶିକ୍ଷାର ସଂସ୍କାର ଦିଗରେ ସର୍ବାଧିକ ମୂଲ୍ୟବୋଧ ଅଭିବୃଦ୍ଧି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ଏପରି ଅନେକ କାର୍ଯ୍ୟକ୍ରମ କରାଯାଉଅଛି I କିଟ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଏଭଳି ଛାତ୍ରମେଧା ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ।
