ମୟୁରଭଞ୍ଜ : ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା ଗୁରୁତର । ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଏକ ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ମା ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଗାନସା କିସ୍କୁ ଓ ୮ ବର୍ଷର ପୁଅ ରାମରାଜ କିସ୍କୁ ।
କରଞ୍ଜିଆ ହସ୍ପିଟାଲରୁ ଛୁଆକୁ ଡାକ୍ତରଙ୍କୁ ଦେଖାଇ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଥିଲା ମୃତକଙ୍କ ଘର ବଡ଼ଗାଁ ପଞ୍ଚାୟତ ଶରଧା ଗାଁରେ । ଘରକୁ ଯିବା ବେଳେ କାଳିକାପୁର ନିକଟରେ ଟେମ୍ପୋକୁ ଧକ୍କା ଦେଇଥିଲା ଟ୍ରକ । ଟେମ୍ପୋରେ ବାପ, ମା ଓ ଛୁଆ ବସିଥିଲେ । ଟେମ୍ବୋ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଗୁରୁତର ହୋଇଥିବା ମହିଳାଙ୍କୁ କେନ୍ଦୁଝର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
