Army chief

ଧୀରଜ ସେଠ୍ ହେଲେ ସ୍ଥଳସେନା ମୁଖ୍ୟ

ଦେଶ - ବିଦେଶ

ନୂଆଦିଲ୍ଲୀ : ଜେନେରାଲ ଉପନ୍ଦ୍ରେ ଦ୍ବିବେଦୀଙ୍କ ସ୍ଥାନ ନେଲେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ୍ । ଧୀରଜ ସେଠ୍ ସ୍ଥଳସେନା ମୁଖ୍ୟ । ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ ବା NDAର ପୂର୍ବତନ ସ୍ନାତକ ଜେନେରାଲ୍ ଧୀରଜ ସେଠ୍ ନୂଆ ସ୍ଥଳସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିଛନ୍ତି । ସେନା ମୁଖ୍ୟ ଦାୟିତ୍ବ ଗ୍ରହଣ ପୂର୍ବରୁ ଜେନେରାଲ୍ ସେଠ୍ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ।

ଜେନେରାଲ ଧୀରଜ ସେଠ୍ ଦାୟିତ୍ବ ଗ୍ରହଣ କରିବା ପରେ ଅବସର ନେଲେ ସ୍ଥଳସେନା ଅଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦିୱେଦୀ । ଭାରତୀୟ ସେନାର ପ୍ରସ୍ତୁତି ଓ ଆଧୁନିକ ସାମର୍ଥ୍ୟ ଉପରେ ଆସ୍ଥା ପ୍ରକଟ କରି ଜେନେରାଲ୍ ଦିୱେଦୀ ଆନୁଷ୍ଠାନିକ ଭାବେ ସେନା ମୁଖ୍ୟ ପଦବୀରୁ ଅବସର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀର ସାଉଥ୍ ବ୍ଲକରେ ଆୟୋଜିତ ଏକ ବିଦାୟକାଳୀନ ସମାରୋହରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଛି । ଏ ଅବସରରେ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ ଗୌରବମୟ ସାମରିକ କ୍ୟାରିୟର ଉପରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ, ଭାରତୀୟ ସେନାର ଭବିଷ୍ୟତକୁ ନେଇ ମୁଁ ସମ୍ପୂର୍ଣ୍ଣ ଆଶାବାଦୀ । ଏହାସହ ଭାରତୀୟ ସେନା ଦୁଃସାହାସିକ ପଦକ୍ଷେପ ଓ ବିଭିନ୍ନ ଅପରେସନକୁ ସେ ପ୍ରଶଂସା କରିଥିଲେ ।

ଜେନେରାଲ୍ ଦ୍ୱିବେଦୀ ନୂତନ ସେନା ମୁଖ୍ୟ ଜେନେରାଲ୍ ଧୀରଜ ସେଠଙ୍କୁ ଜଣେ ‘ଅଭିଜ୍ଞ ସୈନିକ ଏବଂ ଦକ୍ଷ ନେତା ଭାବେ ପ୍ରଶଂସା କରିଥିଲେ । ସେ ସମସ୍ତ ସୀମାରେ ସେନାର ସତର୍କତାକୁ ପ୍ରଶଂସା କରିଛନ୍ତି । ବିଶେଷ କରି ଉତ୍ତର ସୀମାରେ ‘ଅପରେସନ୍ ସ୍ନୋ ଲିଓପାର୍ଡ’ ଓ ପଶ୍ଚିମ ସୀମାରେ ‘ଅପରେସନ୍ ସିନ୍ଦୂର’ରେ ଭାରତର ଜବାବକୁ ପ୍ରଶଂସା କରିଥିଲେ ।

ସେନାର ଆଧୁନିକୀକରଣ ଉପରେ ଆଲୋକପାତ କରି କହିଛନ୍ତି, ଭବିଷ୍ୟତର ଯୁଦ୍ଧଗୁଡ଼ିକ ଅଧିକ ସମନ୍ୱିତ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ । ଏଥିପାଇଁ ସ୍ଥଳସେନା, ନୌସେନା ଏବଂ ବାୟୁସେନାକୁ ଏକାଠି ମିଶି କାର୍ଯ୍ୟ କରିବାକୁ ପଡ଼ିବ । ସୈନିକ ସ୍କୁଲରୁ ଆରମ୍ଭ କରି ସେନା ମୁଖ୍ୟ ପଦବୀ ପର୍ଯ୍ୟନ୍ତ ନିଜର ୪୦ ବର୍ଷର ଯାତ୍ରାକୁ ସେ ଜୀବନର ‘ସବୁଠାରୁ ବଡ଼ ସୌଭାଗ୍ୟ’ ବୋଲି କହିଛନ୍ତି । ବିଦାୟକାଳୀନ ଅବସରରେ ସେ ସହିଦ ସୈନିକଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଗତ ଏପ୍ରିଲରୁ ଭାରତୀୟ ସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟରତ ଥିଲେ । ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରାକ୍ତନ ଛାତ୍ର ଧୀରଜ ସେଠଙ୍କର ଭାରତୀୟ ସେନାରେ ପ୍ରାୟ ଚାରି ଦଶନ୍ଧି ଅଭିଜ୍ଞତା ରହିଛି । ସେ ବେଶ୍ ଜଣାଶୁଣା ଏବଂ ପ୍ରତିଷ୍ଠିତ ଆର୍ମୋର୍ଡ କର୍ପସର ଜଣେ ଅତି ଦକ୍ଷ ଅଫିସର । ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ସେନାର ସଦର୍ଣ୍ଣ କମାଣ୍ଡ, ସାଉଥ୍ ୱେଷ୍ଟର୍ଣ୍ଣ କମାଣ୍ଡ, XXI ଷ୍ଟ୍ରାଇକ୍ କୋର ଏବଂ ଦିଲ୍ଲୀ ଏରିଆ ଭଳି ଗୁରୁତ୍ୱପୂର୍ଣ୍ଣ ସାମରିକ ଘାଟିର ନେତୃତ୍ୱ ନେଇଛନ୍ତି । ସେ ଦକ୍ଷତାର ସହ ଅପରେସନ ସିନ୍ଦୂରରେ ମଧ୍ୟ ସଫଳ ପରିଚାଳନା କରିଥିଲେ ।