Court order

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ 

ରାଜ୍ୟ

​ବାରିପଦା : ଆଜି ସୋମବାର ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ସଂକ୍ରାନ୍ତ  ଏକ ମାମଲାର  ବିଚାରକରି  ଭିଜିଲାନ୍ସ କୋର୍ଟ ର ବିଚାରପତି  ପୁର୍ଣିମା ଜେନା  ମୟୁରଭଞ୍ଜ ଜିଲ୍ଲା ଉଠାଜଳସେଚନ ବିଭାଗର ପୂର୍ବତନ ତଥା ଅବସରପ୍ରାପ୍ତ କନିଷ୍ଠ ଯନ୍ତ୍ରୀ ଗଙ୍ଗାଧର ମହାନ୍ତ କୁ ଦୁର୍ନୀତୀ ନିବାରଣ ଆଇନ ଦଫା 13(2) ରିଡ ଉଇଥ 13(1)(ଇ ) ଅଫ ପିସି ଆକ୍ଟ 1988/1109 ଆଇପିସି ଅନୁଯାୟୀ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସମେତ ଏକ ଲକ୍ଷ୍ ଟଙ୍କା ଜୋରିମାନା ରେ ଦଣ୍ଡିତ କରିଛନ୍ତି l

ମାମଲାର ବିବରଣୀରୁ ପ୍ରକାଶ ଯେ କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାନ୍ତ ଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ 19/12/2013 ରେ ଚଢ଼ାଉ କରାଯାଇଥିଲା l ମୋଟ 36 ଲକ୍ଷ୍ 19 ହଜାର ଟଙ୍କାର ଆୟ ବହିର୍ଭୁତ ସମ୍ପତି ଭିଜିଲାନ୍ସ ବିଭାଗ ପକ୍ଷରୁ କୋର୍ଟରେ ଉପସ୍ଥାପନ କରାଯାଇଥିଲା l ଏ ବବଦରେ   ଭିଜିଲାନ୍ସ  କେସ ନମ୍ବର 26/13 -19-12-2013 ରେ ଏକ ମାମଲା ରୁଜୁ କରାଯାଇଥିଲା  l   ଆଜି ସମସ୍ତ ଆବଶ୍ୟକ ପ୍ରମାଣପତ୍ର ଏବଂ ସମସ୍ତ   ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଭିଜିଲାନ୍ସ କୋର୍ଟ ପକ୍ଷରୁ ଚୁଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରଙ୍କ ପକ୍ଷରୁ  ସ୍ପେଶାଲ ପି ପି  ଶାନ୍ତନୁ କୁମାର ଦାସ ଏବଂ ଆଡିସନାଲ  କମ ସ୍ପେଶାଲ ପି ପି ଦୀପକ କୁମାର ସେଠି ପରିଚାଳନା କରୁଥିଲେ   l