IMG 20260628 WA0197

୪୮୮ ବର୍ଗ ଅଧ୍ୟାପକ – କର୍ମଚାରୀ ସମନ୍ବୟ ସମିତିର ଆନ୍ଦୋଳନ ପ୍ରସ୍ତୁତି ବୈଠକ 

ରାଜ୍ୟ
ବାରିପଦା  :୪୮୮ ବର୍ଗ ଅଧ୍ୟାପକ – କର୍ମଚାରୀ ସମନ୍ଵୟ ସମିତି ପକ୍ଷ ରୁ ଆସନ୍ତା ୩୦ ତାରିଖରୁ ଭୁବନେଶ୍ଵର ଲୋୟର ପିଏମଜି ଠାରେ ଏକଆନ୍ଦଲୋନ ଯୁକ୍ତ ସମାବେଶ ଅନୁଷ୍ଠିତ ହେବ। ଏଥିପାଇଁ ମୟୁରଭଞ୍ଜ ଜିଲ୍ଲା ସଂଘର ଏକ ଜରୁରୀ କାଳୀନ ଆଭାସୀ ବୈଠକ ଅନୁଷ୍ଠିତ ହୋଯାଇଅଛି। ଚାକିରି ସର୍ତ୍ତାବଳୀ, ପ୍ରାଧ୍ୟାପକ ଭାବରେ ପଦୋନ୍ନତି, ପେନସନ ଓ ଅଣଶିକ୍ଷା କର୍ମଚାରୀଙ୍କର ଏମ ଏସ ପି ଲାଗୁକରାଇବା ଦାବିରେ ସରକାରଙ୍କର ଟାଳଟୁଳ ନୀତି ଅବଲମ୍ବନ କରୁଥିବା ରାଜ୍ୟ ୪୮୮ବର୍ଗ ଅଧ୍ୟାପକ – କର୍ମଚାରୀ ସମନ୍ଵୟ ସମିତିର ସଭାପତି ପ୍ରଶାନ୍ତ ପ୍ରଧାନଙ୍କର ଆହ୍ବାନ କ୍ରମେ ୩୦/୦୬/୨୦୨୬ ତାରିଖରୁ ଭୁବନେଶ୍ଵର ଲୋୟର ପି ଏମ ଜି ଠାରେ ସମାବେଶ ଅନୁଷ୍ଠିତ ହେବ। ଏହିପରିପେକ୍ଷୀରେ ୪୮୮ ବର୍ଗ ଅନୁଦାନ ପ୍ରାପ୍ତ ଅଧ୍ୟାପକ – କର୍ମଚାରୀ ସମନ୍ଵୟ ସମିତି ମୟୁରଭଞ୍ଜ ଜିଲ୍ଲାର ଆବାହିକା ଯାଞ୍ଜ୍ୟସେନୀ ରୟଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଆଭାଷୀ ବୈଠକ  ଅନୁଷ୍ଠିତ ହୋଇ ଆଗାମୀ ୩୦ ତାରିଖଠାରୁ ହେବାକୁ ଥିବା ସମାବେଶକୁ ସଫଳ କରିବାକୁ ପ୍ରମୁଖ ସହମତି ପ୍ରଦାନ କରିଥିଲେ ।୪୮୮ବର୍ଗ କଲେଜ ଗୁଡିକରେ ନିଯୁକ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ଦୁର୍ଦ୍ଦଶା ପ୍ରତି ସରକାର କର୍ଣ୍ଣପାତ ନ କରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ।
ଏହି ସଭାରେ ନିକଟ ଅତୀତରେ ଅବସର ଗ୍ରହଣ କରିଥିବା ଅଧ୍ୟାପକ – କର୍ମଚାରୀ ମାନେ ମଧ୍ଯ ଯୋଗ ଦେଇଥିଲେ। ଉକ୍ତ ଆଭାସି ବୈଠକରେ ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଧର୍ମପୁରାରୁ ଦେବବ୍ରତ ଦେଓ ସର୍ଦ୍ଦାର, ବିଷ୍ଣୁ ପଦ ରାଉତ୍, ଇନ୍ଦ୍ରଜିତ୍ ଦାସ,ବ୍ରହ୍ମାନନ୍ଦ ମହାନ୍ତି, ସିପ୍ରା ଗିରି, ଗୌର ଚନ୍ଦ୍ର ସୁର, ପ୍ରମୋଦ କୁମାର ସି; କପ୍ତିପଦା କଲେଜରୁ ଅବନ୍ତୀ ଷଡ଼ଙ୍ଗୀ, : ଶୁକ୍ରୁଳି କଲେଜରୁ ବିଜୟ ମିଶ୍ର: ନୂଆସାହି କଲେଜରୁ ସବେଶ୍ୱର ବିଶ୍ବାଳ, ସନ୍ତୋଷ ମହାନ୍ତି: ଉଦଳା କଲେଜରୁ ଅଶ୍ଵିନୀ ବେହେରା, ବାଇଗଣବାଡ଼ିଆ କଲେଜରୁ ଅନ୍ନପୂର୍ଣ୍ଣା ଧଳ, ସୁଶାନ୍ତ ସାହୁ ବାରିପଦା ଯୁକ୍ତ ଦୁଇ  କଲେଜରୁ ଅଟଳ କୁମାର ମହାନ୍ତ, ସଂଯୁକ୍ତା ସୁର,ବାଙ୍ଗିରିପୋଷି କଲେଜରୁ, ଦେବାଶିଷ ସାର୍ ଉମାକାନ୍ତ ପରିଡ଼ା, ଅଁଳା କଲେଜରୁ ରବୀନ୍ଦ୍ର ରାଉଳ, କୁଆମାର କଲେଜରୁ ବିଜୟ ବାରିକ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜରୁ ଅବସର ନେଇଥିବାକର୍ମଚାରୀଙ୍କ ମଧ୍ୟରେ ଜୀବନ ବାବୁ, ବିଶ୍ୱନାଥ ପଣ୍ଡା,ସମୀର ବାବୁ ବ୍ରଜେନ୍ଦ୍ର ଖଣ୍ଡା, ହରିଶ ପଣ୍ଡା ଆଦି ଯୋଗ ଦେଇଥିଲେ l