Ctc

ମହାନଦୀରେ ବୁଡି ତିନି ଯୁବକ ନିଖୋଜ

ରାଜ୍ୟ

କଟକ : ମହାନଦୀରେ ଅଘଟଣ । ମହାନଦୀରେ ବୁଡି ତିନି ଜଣ ଯୁବକ ନିଖୋଜ ହୋଇଥିବା ଜଣାଯାଇଛି । ଜଗତପୁର ସାତବାଟିଆ ଅଞ୍ଚଳରେ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ତିନି ଯୁବକ କଲେଜ ଛାତ୍ର ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି । ସେମାନେ ନୂଆବଜାର ଅଞ୍ଚଳର ।

ଚାଉଳିଆଗଞ୍ଜ ଅଗ୍ନିଶମର ଦୁଇଟି ଟିମ ସର୍ଚ୍ଚ ଅପେରେସନ ନିୟୋଜିତ ଅଛନ୍ତି । ରାତି ସମୟରେ ସର୍ଚ୍ଚ ଅପରେସନ କଷ୍ଟ ହେଉଥିବା ବେଳେ ଏବେ ବି ଜାରି ରହିଛି ସର୍ଚ୍ଚ ଅପେରେସନ । ତେବେ ଆଜି ନ ମିଳିଲେ କାଲି ପୁଣି ସର୍ଚ୍ଚ ଅପେରେସନ ଜାରି ରହିବ ବୋଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ କହିଛନ୍ତି ।