IMG 20260628 WA0192

ବାରିପଦା ଓ ବାଲେଶ୍ୱର କ୍ରିକେଟ ଏକାଡେମୀ ମଧ୍ୟରେ ମ୍ୟାଚ

ରାଜ୍ୟ
ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ବାରିପଦା କ୍ରିକେଟ ଏକାଡେମୀ ଆନୁକୂଲ୍ୟରେ ବାଲେଶ୍ୱର କ୍ରିକେଟ ଏକାଡେମୀ ଓ ବାରିପଦା କ୍ରିକେଟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ୧୪ ବର୍ଷରୁ କମ ଖେଳାଳିଙ୍କ ମଧ୍ୟରେ ଏକ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ଏହି ମ୍ୟାଚରେ ବାଲେଶ୍ୱର ୧ ଉଇକେଟରେ ବାରିପଦାକୁ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ବାରିପଦା ୩୦ ଓଭରରେ ୭ ଉଇକେଟ ହରାଇ ୧୪୩ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅଂଶୁମାନ ସର୍ବାଧିକ ୬୮ ଓ ବିଶ୍ଵପ୍ରସାଦ ୧୫ ରନ କରିଥିବା ବେଳେ ବିପକ୍ଷ ଦଳର ମାନବ ତାଳଦି ୨ଟି ଓ ଆଶିଷ କାଦରୀ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ବାଲେଶ୍ୱର ୨୨. ୩ ଓଭରରେ ୯ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲେ I
ଦଳ ପକ୍ଷରୁ ଆୟୁଷ୍ମାନ ଦାସ ସର୍ବାଧିକ ୪୦ ରନ ସଂଗ୍ରହ କରିଥିବା ବେଳେ ବିପକ୍ଷ ଦଳର ତନ୍ମୟ ୩ଟି ଓ ସଂକେତ ଚାକଲଦାର ୨ଟି ଉଇକେଟ ଅକ୍ତିଆର କରିଥିଲେ I ମିର ଆକବର ଅଲ୍ଲୀ ଓ ମହମ୍ମଦ ନାଫିସୁଲ ଖେଳ ପରିଚାଳନା କରିଥିବା ବେଳ ତାପସ ଦେ ସ୍କୋରିଙ୍ଗରେ ସହାୟତା ପ୍ରଦାନ କରିଥିଲେ I ଉଭୟ ଏକାଡେମୀରେ ପ୍ରଶିକ୍ଷଣ ନେଉଥିବା ଯୁବ ଖେଳାଳିଙ୍କୁ ମ୍ୟାଚ ଖେଳିବାର ସୁଯୋଗ ଦେବାପାଇଁ ଏହି ଖେଳର ଆୟୋଜନ କରାଯାଇଥିଲା ବୋଲି ମୁଖ୍ୟ ଆୟୋଜକ ସୁଶାନ୍ତ କୁମାର ଦାସ ଓ ପୂର୍ବତନ ରାଜ୍ୟ ସ୍ତରୀୟ ଖେଳାଳି ସାଇବା ସିଂ ଜଣାଇଛନ୍ତି I