IMG 20260627 WA0000

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଚରଣ ହେମ୍ବ୍ରମଙ୍କୁ ନିଜ ଗାଁ ମାଟିରେ ସମ୍ବର୍ଦ୍ଧନା ଜ୍ଞାପନ 

ରାଜ୍ୟ
ବାରିପଦା : ଗତ ଜାନୁଆରୀ ୨୬ ରେ ଭାରତ ସରକାରଙ୍କ ତରଫରୁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର‌ ମାଟିର ସୁଯୋଗ୍ୟ ସନ୍ତାନ ତଥା ମହାନ ସାନ୍ତାଳୀ ସାରସ୍ଵତ ସାଧକ ଚରଣ ହେମ୍ବ୍ରମ ଙ୍କୁ ପଦ୍ମଶ୍ରୀ ଉପାଧି ଘୋଷଣା  କରାଯାଇଥିଲା।ପରେ ଗତ  ଜୁନ ୨୩  ତାରିଖ ଦିନ ରାଷ୍ଟ୍ରପତି ଙ୍କ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେଵିନେଟର ସମସ୍ତ ମନ୍ତ୍ରୀ ଏବଂ ଭାରତର ବହୁ ମାନ୍ୟଗଣ୍ୟ ବ୍ଯକ୍ତିଙ୍କ ଙ୍କ ଉପସ୍ଥିତିରେ  ମହାମହିମ ରାଷ୍ଟ୍ରପତି  ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଚରଣ ହେମ୍ବ୍ରମ ଙ୍କ ଆଜୀବନ ସାନ୍ତାଳୀ ଭାଷା,ଶିକ୍ଷା,ସଂସ୍କୃତିର ପ୍ରଚାର ଓ ସେବା ପାଇଁ  ପଦ୍ମଶ୍ରୀ ରେ ସମ୍ମାନିତ କରିଥିଲେ । ପଦ୍ମଶ୍ରୀ ଚରଣ ହେମ୍ବ୍ରମ  ତାଙ୍କ ଘର ରାଇରଙ୍ଗପୁର ବ୍ଳକର ହଳଦା ପଞ୍ଚାୟତର ନୂଆଗାଁ ମାଟିରେ ପହଞ୍ଚିବା ଖବର ପାଇ ଶୁଭେଛୁ,ଜ୍ଞାତି ପରିଜନ,ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନର ସଦସ୍ଯଵୃନ୍ଦଙ୍କ ଶୁଆ ଛୁଟିଥିଲା ।
ଏହି ପରିପ୍ରେକ୍ଷୀରେ  ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ  ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ, ଏବଂ ଅଲ୍ ଇତୁନ୍ ଆଶ୍ରା ସଂଗଠନ ର ସଦସ୍ଯବୃନ୍ଦ ତାଙ୍କ ବାସଭବନରେ ପହଞ୍ଚି ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ପୁଷ୍ପଗୁଛ ଦେଇ ଶୁଭେଛା ଜଣାଇବା ସହ  ସମ୍ବର୍ଦ୍ଧିତ କରିଥିଲେ । ପଦ୍ମଶ୍ରୀ ଚରଣ ହେମ୍ବ୍ରମ ମହାମହିମ ରାଷ୍ଟ୍ରପତିଙ୍କ ଠାରୁ  ପଦ୍ମଶ୍ରୀ ମେଡାଲ ଗ୍ରହଣ କରିବା ନେଇ ଭାବ ବିହ୍ୱଳ ହୋଇ କହିଥିଲେ ମୁଁ ସାମାନ୍ୟ ଲୋକଟିଏ ।ପଛୁଆ ଅଞ୍ଚଳ ନୁଆଗାଁ ମାଟିର ଏକ  ନୁଆଁଣିଆ ଚାଳ ଘରୁ ଯାଇ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ସମ୍ମାନିତ ହେବା ମୋ ପାଇଁ  ଗୌରବ ଓ ସୌଭାଗ୍ୟ   l ଏ ଅଞ୍ଚଳର  ମାଟି, ପାଣି, ପବନ, ଅଞ୍ଚଳବାସୀ, ଏବଂ ମୋର ମାତୃଭାଷା ସାନ୍ତାଳି ଲିପି ଅଲଚିକି ର ଭୂମିକା ଶ୍ରେୟ ଅଟେ ।   ସମସ୍ତେ ନିଜ ମାତୃଭାଷା ଓ ମାତୃଭୂମି ପାଇଁ କିଛିନା କିଛି ସେବା କରିବା ଉଚିତ ବୋଲି କହିଥିଲେ ।
ପଦ୍ମଶ୍ରୀ ଚରଣ ହେମ୍ବ୍ରମ ଦିର୍ଘ ତିନି ଦଶନ୍ଧି ଧରି ସାନ୍ତାଳି ଲିପି ଅଲଚିକିର ପ୍ରଚାର ,ଭାଷାର ପ୍ରସାର, ସାନ୍ତାଳୀ ଶିକ୍ଷା, ସାନ୍ତାଳି ସଂସ୍କୃତି ବଞ୍ଚାଇବା ପାଇଁ ବହୁ ବହୁ ଅନୁଷ୍ଠାନ ସହ ଜଡ଼ିତ ହୋଇ ନିଜକୁ ସମର୍ପିତ କରିଛନ୍ତି । ଜଣେ ମିଷ୍ଟଭାଷୀ, ସରଳ, ଅମାୟିକ , ସମାଜସେବୀ ଅଟନ୍ତି ।ତାଙ୍କୁ ପଦ୍ମଶ୍ରୀ ମିଳୁଥିବାରୁ ଅଞ୍ଚଳବାସୀ ବହୁତ ଖୁସି ହୋଇଛନ୍ତି ।ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଠର ଅଧ୍ୟକ୍ଷ ମନୋରଞ୍ଜନ ହାଁସଦା, ବରିଷ୍ଠ ସଦସ୍ଯ‌ ମୋଚିରାମ ମୁର୍ମୁ, ଅଧ୍ୟାପକ ବିଜୟ ରାମ, ଶିକ୍ଷକ ଗୋପାଳ ଚନ୍ଦ୍ର ମହାନ୍ତି,  ସେବା ନିବୃତ ଶିକ୍ଷକ ରବୀନ୍ଦ୍ର ମୁଖୀ, ସାନ୍ତାଳି ଶିକ୍ଷକ ବାଲାଇ ଟୁଡୁ,ସାମ୍ଵାଦିକ ଅକ୍ଷୟ ଵିଶ୍ବାଳ ପ୍ରମୁଖ ପଦ୍ମଶ୍ରୀ ଚରଣ ହେମ୍ବ୍ରମ ଙ୍କୁ ଶୁଭେଛା ଜଣାଇବା ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।