ବାରିପଦା : ନୂତନଭାବେ ନିଯୁକ୍ତି ପାଇଥିବା ସରକାରୀ ଆଇନଜୀବୀ ମାନଙ୍କର ଏକ ଇଣ୍ଡାକସନ ଏଣ୍ଡ ରିଫ୍ରେସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଅଛି l ଦୁଇଦିନଧରି ଅନୁଷ୍ଠିତ ହେବାକୁ ଥିବା ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଦୁଃଖବନ୍ଧୁ ନାଏକ ଯୋଗଦେଇଥିଲେ|
ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ ଗୋଛାୟତ, ରିସର୍ସ ପର୍ଶନ ଭାବେ ଡେପୁଟି ଡାଇରେକ୍ଟର ଦୀପ୍ତିରଞ୍ଜନ ସେଣ୍ଡ, ଆଇଆଇସି ସାଇବର ସେଲ ପ୍ରଦୀପ କୁମାର ମାଝୀ, ଆସିଷ୍ଟାଣ୍ଟ ଡାଇରେକ୍ଟର ଆରଏଫସେଲ ବେଲେଶ୍ଵର ରାକେଶ ମୁଖାର୍ଜୀ, ବାରିପଦା ଡ଼ିଏଫଓ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଆଇନଜୀବୀ ମାନଙ୍କୁ ନୂତନ ଆଇନ ବିଷୟରେ ଅବଗତ କରାଇଥିଲେ l
