Ganjam

ସିଙ୍ଗପୁରରେ ବାଣ ବିସ୍ଫୋରଣ: ପୁଅ ମୃତ, ବାପା ଓ ମାଆ ଗୁରୁତର

ରାଜ୍ୟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁରରେ ବାଣ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଅଛନ୍ତି । ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଥିଲାବେଳେ ବାପା ଓ ମାଆ ଗୁରୁତର ଥିବା ଜଣାପଡିଛି । ମେଡିକାଲରେ ପୁଅକୁ ମୃତ ଘୋଷଣା କରିଥିଲେ ଡାକ୍ତର । ମୃତକ ହେଲେ ସିଙ୍ଗପୁର ଗାଁର ଆକାଶ ଦାସ l ଘରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା  l

ଯାହା ଦ୍ୱାରା ଏହି ଅଘଟଣ ଘଟିଥିବା ପଡୋଶୀ କହିଛନ୍ତି  l ତେବେ ମୃତ ଯୁବକଙ୍କ ଶରୀର ଘର ଠାରୁ ଅଳ୍ପ ଦୂରରେ ପଡ଼ିଥିବାର ଦେଖିବାକୁ ମିଳିଥିଲା  l ଏଥିସହ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଛି  l ଘଟଣା ସମ୍ପର୍କରେ ସୂଚନା ପାଇ ପାଟପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ପଚରା ଉଚୁରା କରୁଛି  l ଦୁଇ ଆହତ ସ୍ୱାମୀ, ସ୍ତ୍ରୀ ଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି l