ବାରିପଦା : ଆଜି ଏଜ ନାବାଳିକା ଅପହରଣ ସଂକ୍ରାନ୍ତ ମାମଲାର ବିଚାର କରି ଜିଲ୍ଲା ଓ ଦୌରାଜଜ ସୁଦୀପ୍ତ ଆଚାର୍ଯ୍ୟ ଅଭିଯୁକ୍ତ ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅନ୍ତର୍ଗତ ଯୋଗୀବନ୍ଧ ଗ୍ରାମର ଟିକିନୋ ଦିଗାର କୁ ଭାରତୀୟ ନ୍ୟାୟ ସଂହିତା ଧାରା 363 ଅନୁଯାୟୀ ତିନି ବର୍ଷ ସଶ୍ରମ କାରାଦଣ୍ଡ ସମେତ ପାଞ୍ଚ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ଏକ ମାସ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି l ମାମଲାର ବିବରଣୀରୁ ପ୍ରକାଶ ଯେ ଉକ୍ତ ଥାନା ଅଞ୍ଚଳର ଜନୈକ 15 ବର୍ଷ ର ନବାଳିକା କୁ ଅଭିଯୁକ୍ତ ଟିକିନୋ ଦିଗାର ବିବାହର ପ୍ରତିଶୃତି ଦେଇ ଗତ 16-1-2023 ରିଖ ଦିନ ନେଇ ଫେରାର ହୋଇଯାଇଥିଲା l ଝିଅ ର ପରିବାରଵର୍ଗ ଅନେକ ଖୋଜା ଖୋଜି କରି ମଧ୍ଯ କୌଣସି ସନ୍ଧାନ ପାଇ ପାରିନଥିଲେ l
ଅଭିଯୁକ୍ତ ଟିକିନୋ ର ପୂର୍ବରୁ ଦୁଇଗୋଟି ସ୍ତ୍ରୀ ଏବଂ ପିଲା ଛୁଆ ଥିବାର ଜାଣି 18-1-2023 ରିଖ ଦିନ ଝିଅ ଫୋନଯୋଗେ ପରିବାର ଲୋକଙ୍କୁ ସବୁକଥା କହିବା ସହ ଘରକୁ ଫେରିଯିବାକୁ ଇଚ୍ଛା ପ୍ରକାଶ କରିଥିଲା l ସବୁକଥା ଜାଣିବା ପରେ ନବାଳିକା ର ପରିବାରଲୋକେ ଝିଅକୁ ଉଦ୍ଧାର କରିବା ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ l ଏ ବାବଦରେ ବାଙ୍ଗରିପୋଷି ଥାନାରେ ଏକ ଅପହରଣ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଟିକନୋ ଦିଗାର କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ l ଆଜି ମାନ୍ୟବର ଅଦାଲତ ପକ୍ଷରୁ ସମସ୍ତ ସାକ୍ଷୀ ଏବଂ ଆବଶ୍ୟକ ପ୍ରମାଣପତ୍ର କୁ ଭିତ୍ତି କରି ଚୁଡାନ୍ତ ରାୟ ପ୍ରକାଶ ପାଇଅଛି l ଉକ୍ତ କେସକୁ ସରକାରୀ ଅଭିଯୋଗକ ସସ୍ମିତା ମହାପାତ୍ର ପରିଚାଳନା କରୁଥିବାବେଳେ ଜିଲ୍ଲା ଅଭିଯୋଗକ ନିର୍ଦ୍ଧେଶାଳୟ ତରଫରୁ କେସକୁ ନିରୀକ୍ଷଣ କରାଯାଉଥିଲା l
