ବାରିପଦା : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ର ରାଇରଙ୍ଗପୁର ବ୍ଳକ ପରିସରରେ ‘ ବିକଶିତ ଧାରା, ଓଡ଼ିଶା ସାରା ‘ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିବସରେ କୃଷି ସମ୍ବାଦ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି ।କୃଷକ ହେଉଛନ୍ତି ଅନ୍ନଦାତା ।ସେମାନଙ୍କର ଉନ୍ନତିରେ ଦେଶର ପ୍ରଗତି ରହିଛି ।ରାଜ୍ୟ ଓ କେନ୍ଦ୍ର ସରକାର କୃଷକକୁ ସଶକ୍ତ ପାଇଁ କୋଟି କୋଟି ଟଙ୍କାର ଯୋଜନା କରିଛନ୍ତି ।ଆଜି କୃଷି ଓ କୃଷକ କଲ୍ୟାଣ ବିଭାଗ ତଥା କୃଷି ବିଭାଗ, ଉଦ୍ୟାନ ବିଭାଗ, ମତ୍ସ୍ୟ ଓ ପ୍ରାଣୀ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚାଷୀମାନଙ୍କୁ ବିଭିନ୍ନ ସରକାରୀ ଯୋଜନା, ଆଧୁନିକ କୃଷି ପ୍ରଣାଳୀ ଏବଂ କୃଷି ଉତ୍ପାଦନ, ବଜାରରେ ବିକ୍ରୟ ବ୍ୟବସ୍ଥା ଉପରେ ସଚେତନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ବିଧାୟକ ଜଲେନ ନାଏକ, ବ୍ଳକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ବିଡିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ପ୍ରାଣୀ ଚିକିତ୍ସାଧିକାରୀ ଶୁଭେନ୍ଦୁ ଶେଖର, ବ୍ଳକ କୃଷି ଅଧିକାରୀ ଅଭିଜିତ ପ୍ରଧାନ, ସହକାରୀ କୃଷିଅଧିକାରିଣୀ ଧରିତ୍ରୀ ଟୁଡୁ, ଆଇଆରଡିଏମସର ବ୍ଳକ ସଂଯୋଜକ ଅଜୟ ପାତ୍ର , ଭିଏଡବ୍ଲ୍ଯୁ ରାଜକୁମାର ମହାନ୍ତ, ମଳୟ ଗିରି, ଉତ୍ତମ ଗିରି,ପ୍ରାଣୀ ଚିକିତ୍ସାଧିକାରୀ,ମତ୍ସ୍ୟ ବିଭାଗ ଅଧିକାରିଣୀ ସ୍ୱାଗତିକା ସାହୁ ପ୍ରମୁଖ ଉପସ୍ଥିତ ରହି ଚାଷୀମାନଙ୍କୁ କିଭଳି ସଶକ୍ତ କରାଯାଇ ପାରିବ କହିଥିଲେ ।ସମସ୍ତଙ୍କୁ ଚାଷୀକାର୍ଡ ରେ ପଂଜିକୃତ କରିବାକୁ ପଡ଼ିବ ।ଯେଉଁ ଚାଷୀମାନଙ୍କର ଚାଷୀ କାର୍ଡ ଥିବା ସରକାରଙ୍କ ସମସ୍ତ ଯୋଜନା ଉପରେ ଅବଗତ ହୋଇ ନିଜକୁ ସଶକ୍ତ କରାଇବା ସହ ଆତ୍ମନିର୍ଭରଶୀଳ କରାଇ ପାରିବ ବୋଲି କହିଥିଲେ ।ପରେ ଅତିଥିଗଣ ଗୋ ହେବ, ମାଟି ପରୀକ୍ଷା, ଫିଲ୍ଡ କ୍ରପ କଟିଂ ସର୍ଭେରେ ଯେଉଁମାନେ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ ସେମାନଙ୍କୁ ଉତ୍ତରୀୟ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
