ବାରିପଦା :- ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା 49 ନମ୍ବର ଜାତୀୟ ରାଜପଥ ର ବାଙ୍ଗରିପୋଷୀ ଠାରୁ ବିଶୋଇ ପର୍ଯ୍ୟନ୍ତ ଘାଟି ରାସ୍ତା ସଂପ୍ରସାରଣ କାମ ଚାଲୁରହିଥିବା ଯୋଗୁ ଘାଟି ରାସ୍ତାରେ ଦୁଇ ଚକିଆ ସମେତ ହାଲୁକା ଏବଂ ଭାରିଯାନ ଚଳାଚଳ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଅଛି l ପ୍ରତ୍ୟେଜ ସପ୍ତାହର ବୁଧବାର ଠାରୁ ଶନିବାର ପର୍ଯ୍ୟନ୍ତ ଦିନ11 ଘଟିକା ଠାରୁ 4 ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ l ଏହାର ଅବିଧି 24-6-2026 ଠାରୁ 31-7-2026 ପର୍ଯ୍ୟନ୍ତ ରହିବ ବୋଲି ଜିଲ୍ଲାପାଳ ଆଦେଶନାମା ଜାରି କରିଛନ୍ତି l ହାଲୁକା ଯାନ ଗୁଡିକ ଘାଟି ରାସ୍ତା ବ୍ୟତୀତ ଅନ୍ୟ ରାସ୍ତା ଯୋକା-ଚନ୍ଦନପୁର-କାତରାଛକ, ଅର୍ଗୀଳାବନ୍ଧା ଶଙ୍ଖାଭଙ୍ଗା ଦେଇ ଯାତାୟତ କରିପାରିବ l ଘାଟି ରାସ୍ତାର ବିଭିନ୍ନ ସ୍ଥାନରେ ପଥର ବ୍ଲାଷ୍ଟିଙ୍ଗ କୁ ନେଇ ଲୋକମାନଙ୍କର ସୁରକ୍ଷା ପାଇଁ ଏହି କଟକଣା ଜାରି କରାଯାଇଅଛି l
