ବାରିପଦା : ସ୍ଥାନୀୟ ରୋଟାରୀ କ୍ଲବ ପରିସରରେ ମୟୁରଭଞ୍ଜ ସେବା ସଂଗଠନ ଆନୁକୂଲ୍ୟରେ ସଂଗଠନର ପ୍ରତିଷ୍ଠାତା ଚିନ୍ମୟ ଦାସଙ୍କ ୨୩ତମ ଜନ୍ମଦିନ ପାଳନ ଅବସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାରିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ପ୍ରସାଦ ବଳ ଏହି ଶିବିରକୁ ଉଦଘାଟନ କରିବା ସହ ଯୁବପିଢ଼ି ମାନଙ୍କୁ ସମାଜସେବାରେ ବ୍ରତୀ ହେବାପାଇଁ ଆହ୍ୱାନ ଦେଇଥିଲେ I
ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ରାକେଶ ସିଂହ, ରୋଟାରୀ କ୍ଲବ ସମ୍ପାଦକ ତିମିର ଘୋଷ, ରକ୍ତ ଭଣ୍ଡାର ଅଧିକାରୀ ଡ଼ଃ ସୌମ୍ୟରଂଜନ ନାୟକ, ସମାଜସେବୀ ବିଶ୍ୱଜିତ ନାୟକ, ଡ଼ଃ ନିରୋଜ କୁମାର ପୋଥାଳ, ସୋମନାଥ ସିଂହ, ରିଙ୍କୁ ପାଲ, ବିନୀତ ପୁରୀ, ଚିତ୍ତରଞ୍ଜନ ସ୍ୱାଇଁ ଓ ହିମାଂଶୁ ଶେଖର ପ୍ରହରାଜ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଶିବିରରେ ଚିନ୍ମୟ ଦାସଙ୍କ ସମେତ ମୋଟ ୩୦ ଜଣ ରକ୍ତଦାନ କରିଥିଲେ I ଏହି ଅବସରରେ କେନ୍ଦ୍ରାପଡ଼ାର ରଶ୍ମି ଚେରିଟେବଲ ଟ୍ରଷ୍ଟ, ଜଳେଶ୍ୱରର ହେଲପିଂ ହ୍ୟାଣ୍ଡସ, ଭୋଳାଘାଟିର ବିବେକାନନ୍ଦ ସେବା ଫାଉଣ୍ଡେସନ, ବାରିପଦାର ମାନବଧର୍ମ ସେବା ଟ୍ରଷ୍ଟ, ରେଡ ଗ୍ରୀନ ଫାଉଣ୍ଡେସନ, ମା ତୁଳସୀ ଫାଉଣ୍ଡେସନ, ନନ୍ଦଲାଲା ସେବା ଟ୍ରଷ୍ଟ, ସୋସିଆଲ ୱେଲଫେୟାର ଫୋରମ ଓ ବିଶିଷ୍ଟ ସମାଜସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା I
ସଂଗଠନର ଉପ ସଭାପତି ସନ୍ଦୀପ କୁମାର ନାଥ, ସମ୍ପାଦକ ଭରତ କୁମାର ପାତ୍ର, ଯୁଗ୍ମ ସମ୍ପାଦକ ହରିଶ ଚନ୍ଦ୍ର ଲେଙ୍କା, କୋଷାଧ୍ୟକ୍ଷ ତନୁଜା ପଟ୍ଟନାୟକ, ସାଂସ୍କୃତିକ ସମ୍ପାଦକ ରାମେଶ୍ୱର ସିଂହ, ଉପଦେଷ୍ଟା ଅରବିନ୍ଦ ମୁଖି ଓ ତୃପ୍ତି ମୋହନ ମହାପାତ୍ର ଓ ସଦସ୍ୟ ଅଙ୍କିତ କୁମାର ସାହୁ, ରୁମା ବାରିକ, ଚିନ୍ମୟ କୁମାର ପ୍ରଧାନ, ବାପୁନ ସିଂ, ରାହୁଲ ମହାପାତ୍ର, ସୁଭଦ୍ରା ପ୍ରଧାନ, ତନୁଶ୍ରୀ ଦାସ, ସତ୍ୟମ କୁମାର ବାରିକ, ମନୋଜ ବେହେରା, ମାନସ ରଞ୍ଜନ ସ୍ୱାଇଁ, ଉତ୍ତମ ରାଉତ ଶିବିର ପରିଚାଳନାରେ ସହଯୋଗ କରିଥିଲେ I
