ମୁମ୍ବାଇ : ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ବଡ଼ ଅଘଟଣ । ମନ୍ଦିର ସାମ୍ନାରେ ତିଆରି ହୋଇଥିବା ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ୩୦ରୁ ୪୦ ଜଣ ଶ୍ରଦ୍ଧାଳୁ ଚାପିହୋଇଥିବା ଆଶଙ୍କା କରାଯାଉଛି । ଘଟଣାରେ ଅନେକ ଆହତ ହୋଇଛନ୍ତି । ଦୁର୍ଘଟଣାରେ ବର୍ତ୍ତମାନ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦-୪୦ ଜଣ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା କରାଯାଉଛି । ଆଗକୁ ମୃତକଙ୍କ ସଂଖ୍ୟା ବଢିବାରେ ବୋଲି ଅନୁମାନ କରାଯାଉଛି ।
ମହାରାଷ୍ଟ୍ର ପରଭଣୀ ଜିଲ୍ଲାର ମାନବତ ତହସିଲ ସ୍ଥିତ ପ୍ରସିଦ୍ଧ ଯଶୱାଡି ମାରୁତି ମନ୍ଦିର ପରସରରେ ସଭା ମଣ୍ଡପ ଭୁଶୁଡ଼ି ପଡିବାରୁ ଅନେକ ଶ୍ରଦ୍ଧାଳୁ ଚାପି ହୋଇଥିବା ଆଶଙ୍କା କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ କେତେ ଜଣ ଚାପି ହୋଇଛନ୍ତି, ତାହା ଜଣାପଡିନାହିଁ । ଘଟଣା ବିଷୟରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଯୁଦ୍ଧକାଳୀନ ସ୍ତରରେ ଉଦ୍ଧାରକାର୍ଯ୍ୟ କରାଯାଉଛି । ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ସମସ୍ତ ଚେଷ୍ଟା କରାଯାଉଛି । ଆହତଙ୍କୁ ହସପିଟାଲରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି ।
ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳକୁ ଘେରାଯାଇ ଉଦ୍ଧାର କାର୍ଯ୍ୟ ଚାଲିଛି । ଅଧିକାରୀମାନେ ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି ।
