ବାରିପଦା : ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଅଛି l ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ର ଦୁର୍ଗାପୁର ଜଙ୍ଗଲ ରାସ୍ତା ରେ ଗତକାଲି ଅପରାହ୍ନରେ ଜଣେ ବୃଦ୍ଧ ଚାଲି ଚାଲି ଯାଉଥିବା ସମୟରେ ଏକ ଦନ୍ତା ହାତୀ ହାବୁଡ଼ରେ ପୋଡ଼ିଯାଇଥିଲେ l ଫଳରେ ହାତୀ ଆକ୍ରମଣରେ ତାଙ୍କର ମୃତ୍ୟୁ ଘଟିଥିଲା l ମୃତକ ଜଣକ ହେଲେ କେନ୍ଦୁସାହି ଅସନାବଣି ଗ୍ରାମର ଜଗନ୍ନାଥ ସିଂ l ଗତକାଲି ପାଖରୁ ପରିବାରଲୋକେ ଅନେକ ଖୋଜା ଖୋଜି କରି ତାଙ୍କୁ ପାଇନଥିବାବେଳେ ଆଜି ସ୍ଥାନୀୟ ଲୋକେ ଜଙ୍ଗଲରେ ମୃତ ଦେହକୁ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ l
ହାତୀ ଆକ୍ରମଣର ଖବର ପାଇ ବେତନଟୀ ରେଞ୍ଜ ଅଧିକାରୀ ଙ୍କ ସମେତ ବକନବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛନ୍ତି l ସୂଚନା ଯୋଗ୍ୟକି ମୟୁରଭଞ୍ଜ ଜିଲ୍ଲା ର ରସଗୋବିନ୍ଦପୁର, ମୋରଡା, ବେତନୋଟୀ ସମେତ ବାମନଘାଟି ଉପଖଣ୍ଡ ର କିଛି ଅଞ୍ଚଳରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗିରୋହିଅଛି l ଯାହାକୁ ନେଇ ଲୋକମାନେ ଅତିଷ୍ଠ ହୋଇପୋଡିଲେଣି l ହାତୀ ଆକ୍ରମଣରେ ଅନେକ ଲୋକଙ୍କର ଜୀବନହାନୀ ଘଟିବା ସହିତ ଘରଦ୍ୱାର, ଧନସମ୍ପତି ର କ୍ଷୟ କ୍ଷତି ଘଟୁଅଛି l ତେଣୁ ହାତୀ ଘୋଉଡାଇବା ସହିତ ଲୋକମାନଙ୍କର ଧନ ଜୀବନର ସୁରକ୍ଷିତ ପାଇଁ ସାଧାରଣରେ ଦାବୀ ପ୍ରକାଶ କରାଯାଇଅଛି l
