ବାରିପଦା : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ଡି ଆର କେ କ୍ଲବ ଦ୍ୱାରା ଆୟୋଜିତ ଡି ଆର କେ କପ ଦିବାରାତ୍ର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି I ୫ଟି ଦଳକୁ ନେଇ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଜଗଦ୍ଧାତ୍ରୀ ସୁପର କିଙ୍ଗସ ୩୪ ରନରେ ଲାଲବଜାର ୱରିୟାର୍ସ କୁ ପରାସ୍ତ କରି ୨ୟ ବର୍ଷର ଟୁର୍ଣ୍ଣାମେଣ୍ଟରେ ଚମ୍ପିୟାନ ହୋଇଛି I ପ୍ରଥମେ ବ୍ୟାଟିଂ କରି ଜଗଦ୍ଧାତ୍ରୀ ଦଳ ୨୦ ଓଭରରେ ୯ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଅଭିଷେକ କୁମାର ଯାଦବ ୬୬, ଶୁଭମ ନାଏକ ୨୬ ଓ ମନୁ ରାମ ୨୧ ରନ କରିଥିବାବେଳେ ବିପକ୍ଷ ଦଳର ଯଶୋବନ୍ତ ମାଝୀ ୫ଟି ଓ ଆଦିତ୍ୟ କୁମାର ବସା ୨ଟି ଉଇକେଟ ଅକ୍ତିଆର କରିଥିଲେ I
ଉତ୍ତରରେ ଲାଲବଜାର ଦଳ ୨୦ ଓଭରରେ ୮ ଉଇକେଟ ୧୫୫ ରନ କରିପାରଥିଲେ I ଦଳ ପକ୍ଷରୁ ଦିବ୍ୟାଲୋଚନ ଦାଶ ୪୭ ଓ ଆଦିତ୍ୟ କୁମାର ବସା ୩୨ ରନ କରିଥିବାବେଳେ ବିପକ୍ଷ ଦଳର ଉପେନ୍ଦ୍ର ନାୟକ ୩ଟି ଓ ଅଭିଷେକ କୁମାର ଯାଦବ ୨ଟି ଉଇକେଟ ଅକ୍ତିଆର କରିଥିଲେ I ଦିଲ୍ଲୀପ କୁମାର ଦାସ ଓ ଶେଖ ଅମଜୀତ ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଙ୍ଗରେ ସହଯୋଗ କରିଥିଲେ I ପଙ୍କଜ ମହାକୁଡ଼ ଧାରବିବରଣୀ ପ୍ରଦାନ କରିଥିଲେ I ଚମ୍ପିୟାନ ଦଳକୁ ୧ଲକ୍ଷ ୨୦ହଜାର ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୮୦ ହଜାର ଟଙ୍କା ଓ ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ ଦି ମ୍ୟାଚ ଭାବେ ଅଭିଷେକ କୁମାର ଯାଦବ, ଶ୍ରେଷ୍ଠ ଖେଳାଳି ଭାବେ ରାମଚନ୍ଦ୍ର ବେହେରା, ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ଅଭିଜ୍ଞାନ ମହାନ୍ତି, ଶ୍ରେଷ୍ଠ ବୋଲର ଭାବେ ଯଶୋବନ୍ତ ମାଝୀ ଓ ଶ୍ରେଷ୍ଠ ଫିଲଡର ଭାବେ ଶୁଭମ ନାଏକ ପୁରସ୍କୃତ ହୋଇଥିଲେ I
ଅତିଥି ଭାବେ ଯୋଗଦେଇ ସରସକଣା ବିଧାୟକ ଭାଦବ ହାଁସଦା, ନଗରପାଳ କୃଷ୍ଣIନନ୍ଦ ମହାନ୍ତି, ସିନେ ପ୍ରଯୋଜକ ସଂଜୀବ ଦ୍ବିବେଦୀ, ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସମ୍ପାଦକ ବିଜୟ କୁମାର ଦାସ, ପୂର୍ବତନ କ୍ରିକେଟ ଖେଳାଳି ଲଲାଟେନ୍ଦୁ ବେହେରା, ସମାଜସେବୀ କାଶୀନାଥ ରଣା, ନନ୍ଦିକେଶ ଶେଜପଡା, କ୍ରୀଡା ସଂଗଠକ ନିରୋଜ ସାହୁ ଓ ଅମର କୁମାର ସେଠି ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କାର ବିତରଣ କରିଥିଲେ I ଅମିତାଭ ଦାସ, ସତ୍ୟନାରାୟଣ ଜୀଉ ଓ ମାନସ ଧଳ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ I
