ବାରିପଦା : ଟାଟା ବାଦାମ ପାହାଡ଼ ରେଳପଥ ସାନପାଖଣାଠାରେ ଟ୍ରେନ ଲାଇନରେ କଟି ଯୁବତୀର ମୃତ ହୋଇଅଛି । ସୂଚନାଯୋଗ୍ୟ ଆଜି ଅପରାହ୍ନ ୨ ଟା ପାଖା ପାଖି ସମୟରେ ଟାଟା ବାଦାମପାହାଡ ରେଳପଥର ରେଳପଥର ବିଦ୍ୟୁତ ଖୁଣ୍ଟ ମରାମତି ପାଇଁ ଇଲେକ୍ଟ୍ରିକ୍ ଟାଓ୍ବାର କାର୍ ଅଁଳାଯୋଡିରୁ ରାଇରଙ୍ଗପୁର ଆସୁଥିବା ସମୟରେ ସାନପାଖଣାସ୍ଥ ଲେଭଲ କ୍ରସିଂ ୪୬ ନମ୍ବର ଗେଟ୍ ପାଖରୁ ୧୦୦ ମିଟର ଦୂରରେ ଏକ ଯୁବତୀ ସହ ଧକ୍କା ଫଳରେ ଘଟଣାସ୍ଥଳରେ ଯୁବତୀଙ୍କ ମୃତ୍ଯୁ ହୋଇଛି ।
ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଏଠି ସେଠି ପଡ଼ିଛି ।ଯୁବତୀ ଜଣକ ବିହାର ରାଜ୍ୟର ସମସ୍ତିପୁର ଥାନା ଅନ୍ତର୍ଗତ ମନିପୁର ଗ୍ରାମର ନେହା କୁମାରୀ (୨୫)। ମୃତକ ପରିବାର ଲୋକେ ରାଇରଙ୍ଗପୁର ଆସି ଆଖପାଖ ଅଞ୍ଚଳରେ ଏଠି ଜଡ଼ିବୁଟି ବିକି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।ବାଲେଶ୍ବରରୁ ରେଲଓ଼୍ବେ ପୋଲିସ ଆସି ଶବକୁ ଜବତ କରିବା ସହ ଶବ ବ୍ଯବଛେଦ ପାଇଁ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।କେଉଁ ପରିସ୍ଥିତିରେ ଯୁବତୀର ମୃତ୍ୟୁ ହେଲା ରେଲଓ୍ଵେ ପୋଲିସ ତଦନ୍ତ କରୁଅଛି l ଶଵ ବ୍ୟବଛେଦ ରିପୋର୍ଟ ଆସିଲେ ପ୍ରକ୍ରୁତ କଥା ଜଣା ପଡ଼ିବ !
