IMG 20260612 WA0154

୧୯ ତମ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବରେ ଯୋଗଦେବେ ପ୍ରଥମଥର ପାଇଁ ମୟୁରଭଞ୍ଜ ରୁ  ଦୀପକ ବେଶ୍ରା

ରାଜ୍ୟ
ବାରିପଦା  : ମୁମ୍ବାଇ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୯ତମ ଅନ୍ତର୍ଜାତୀୟ ଚଳଚିତ୍ର ଉତ୍ସବ – ୨୦୨୬ ରେ ଜଣେ ବକ୍ତା ଭାବେ ଯୋଗଦେବେ ମୟୁରଭଞ୍ଜ ଜିଲ୍ଲାର ଆଦିବାସୀ ଚଳଚିତ୍ର ନିର୍ମାତା ତଥା ବାରିପଦା ଜାତୀୟ ଆଦିବାସୀ କ୍ଷୁଦ୍ର ଚଳଚିତ୍ର ଉତ୍ସବର ନିର୍ଦ୍ଦେଶକ ଦୀପକ କୁମାର ବେଶ୍ରା I
ଏହି ଉତ୍ସବରେ ଏକ ବିଶେଷ ରାଉଣ୍ଡ ଟେବଲ ବୈଠକରେ ବକ୍ତା ଭାବେ ଯୋଗଦେବା ପାଇଁ ଏନ ଏଫ ଡି ସି ପକ୍ଷରୁ ଆମନ୍ତ୍ରଣ ପାଇବାରେ ସେ ପ୍ରଥମ ମୟୁରଭଂଜିଆ I ଏହି ଉତ୍ସବ ଅବସରରେ ଚଳିତ ମାସ ୧୮ ତାରିଖ ଦିନ “ଚଳଚିତ୍ର ଉତ୍ସବରେ ବିବିଧତା, ଆଞ୍ଚଳିକ ସିନେମା ଓ ବିଶ୍ୱ ଚଳଚିତ୍ର ଉତ୍ସବ ପରିବେଶ” ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହେବବୋଲି ଶ୍ରୀ ବେଶ୍ରା ଜଣାଇଛନ୍ତି I
ପ୍ରକାଶ ଥାଉକି ଶ୍ରୀ ବେଶ୍ରା ଜଣେ ପ୍ରତିଷ୍ଠିତ ଆଦିବାସୀ ଚଳଚିତ୍ର ଓ ଡକ୍ୟୁ୍ମେଣ୍ଟ୍ରି ଫିଲ୍ମ ନିର୍ମାତା I ତାଙ୍କ ନିର୍ମିତ ଚଳଚିତ୍ର “ପପେୟା” ଓ “ମୋହତ” ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି I ସାନ୍ତାଳୀ ସିନେମାର ବିକାଶ ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି I
ଆଧୁନିକ କାହାଣୀ ପାଇଁ ମଞ୍ଚ ଯୋଗାଇବା, ବିଦ୍ୟାଳୟ ଓ ଗ୍ରାମସମୂହ ଙ୍କ ମଧ୍ୟରେ ଫିଲ୍ମ ସ୍କ୍ରିନିଙ୍ଗ ଓ ଫିଲ୍ମ ନିର୍ମାଣ କର୍ମଶାଳା ଆୟୋଜନ କରି ଯୁବପୀଢ଼ିଙ୍କୁ ଚଳଚିତ୍ର ପ୍ରତି ଆଗ୍ରହୀ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ I ମୁମ୍ବାଇ ଉତ୍ସବରେ ତାଙ୍କର ଯୋଗଦାନ ଜିଲ୍ଲା, ରାଜ୍ୟ ତଥା ସାନ୍ତାଳୀ ଓ ଆଦିବାସୀ ସିନେମା ଜଗତ ପାଇଁ ଏକ ଗୌରବର ବିଷୟ ବୋଲି ତାଙ୍କ ପ୍ରଶଂସକ ମାନେ ପ୍ରକାଶ କରିବା ସହ ଅଭିନନ୍ଦନ ଜଣାଇଛନ୍ତି I