IMG 20260611 WA0167

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ 

ରାଜ୍ୟ
ବାରିପଦା  (୧୨/୦୬) :  ଆସନ୍ତା ଜୁନ ୧୯ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ  ଜୁନ ୨୦ ତାରିଖ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରାଇରଙ୍ଗପୁର ଗସ୍ତ  କାର୍ଯ୍ୟକ୍ରମ ରହିଛି ।ଏହାର ସଫଳ ରୂପାୟନ,କଡ଼ା ସୁରକ୍ଷା,ସ୍ଥିତି ଆକଳନ ନେଇ ରାଜ୍ୟ ଆରକ୍ଷୀ ମହାନିର୍ଦେଶକ ଯୋଗେଶ ବାହାଦୂର ଖୁରାନିଆ   ରାଇରଙ୍ଗପୁର ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଛନ୍ତି ।
ରାଜ୍ୟ ଆରକ୍ଷୀ ନିର୍ଦେଶକଙ୍କ ସମେତ,ପୂର୍ବାଞ୍ଚଳ ଡିଆଇଜି ପିନାଖି  ମିଶ୍ର, ମୟୂରଭଂଜ ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ବରିଷ୍ଠ ବିଜେପି ନେତା ସଞ୍ଜିବ ମହାନ୍ତି, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଯେନା, ଏସଡିପିଓ ବୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଡିଜିପି ରାଇରଙ୍ଗପୁର ଦାଣ୍ଡବୋଷ ହେଲିପେଡ,ହଲିଡେ ହୋମ୍  ସହିତ ବିଭିନ୍ନ ସ୍ଥାନ ପରିଦର୍ଶନ, ପାହାଡ଼ପୁର ପରିଦର୍ଶନ କରିବା ସହ ସୁରକ୍ଷା ବ୍ଯଵସ୍ଥାର ସମୀକ୍ଷା କରିଛନ୍ତି ।ଗସ୍ତ ସମୟରେ ବହୁ ସ୍ତରୀୟ ସୁରକ୍ଷା ବଳୟ, ଆଣ୍ଟି- ସାବୋଟାଜ ଯାଞ୍ଚ, ସିସିଟିଭି ନଜରଦାରୀ, ଡ୍ରୋନ ମନିଟରିଂ ଏବଂ କେ- ୯ ସ୍କ୍ବାଡ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।ତଦସହ ଟ୍ରାଫିକ ର କଡ଼ା ବ୍ୟବସ୍ଥା , ସିମାନ୍ତ ଅଞ୍ଚଳ ନାକାବନ୍ଦୀ ଓ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦେଶ ଦେଇଛନ୍ତି ।ରାଷ୍ଟ୍ରପତି ଗସ୍ତକୁ ସଫଳ ଓ ସୁରକ୍ଷିତ କରିବାପାଇଁ ପୋଲିସ, ଜିଲ୍ଲା ପ୍ରଶାସନ ଓ ଅନ୍ୟ ବିଭାଗ ମଧ୍ୟମରେ ସମନ୍ବୟ ରଖିବା ପାଇଁ ପରାମର୍ଶ ଦେଇଥିଲେ ।