IMG 20260609 WA0187

ଜାତୀୟ ରାଜପଥ ୨୨୦ ନମ୍ବର  ପାଲଟିଛି ମରଣଯନ୍ତା : ସ୍କ୍ରୋପିଓ ଧକ୍କାରେ  ବାଇକ ଆରୋହୀର ମୃତ୍ୟୁ 

ରାଜ୍ୟ
ଘଟଣା ସ୍ଥଳରେ ଚାପା ଉତ୍ତେଜନା –  କିଛି ସମୟ ଗାଡ଼ି ଚଳାଚଳ ବନ୍ଦ
ବାରିପଦା :   ଜାତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା ପାଲଟିଛି । ଆରଟିଓ ଅଫିସର ଅନତିଦୂରରେ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୨୨୦ ନମ୍ବର ପୁରୁଣା ପାଣି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ  ଆଜି  ପୂର୍ବାହ୍ନ  ସମୟରେ ଏକ ଚୂଡି ଫେରିବାଲା ବାଇକ  (0R-11E-2088)କୁ ଧକ୍କା ଦେଲା   ଧଳା ସ୍କ୍ରୋପିଓ ( 0D 11ADO841)। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଫେରିବାଲାର  ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି କିଛି ସମୟ ପରେ ତା’ର  ଜୀବନ ନାଟିକା ଚାଲି ଯାଇଥିଲା ।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ହେବା ସହ  ୩ ଘଣ୍ଟାରୁ ଉର୍ଦ୍ଧ୍ବ ଗାଡ଼ି ଚଳାଚଳ ଵନ୍ଦ ରହିଥିଲା । ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଯେନା,ଏସଡିପିଓ  ବୀରେନ୍ଦ୍ର ସେନାପତି,ରାଇରଙ୍ଗପୁର ଟାଉନ ଥାନାଧିକାରୀ ଜ୍ୟୋତି ପ୍ରକାଶ ସ୍ଵାଇଁ , ଵହଳଦା ଥାନାଧିକାରୀ ଭାସ୍କର ପ୍ରଧାନ,ଵିଧାୟକ ଜଲେନ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କଲାପରେ ଲୋକେ ରାସ୍ତାରୁ ହଟିଥିଲେ ।
ବିଧାୟକ ଜଲେନ ନାଏକ  ପିଡିତ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ସାହାୟତା ରେଡକ୍ରସ ଫଣ୍ଡ,ଏବଂ ସରକାରଙ୍କ ଦୁର୍ଘଟଣା ଜନିତ କ୍ଷୟକ୍ଷତିପୂରଣ,ଶବ ସତ୍କାର ଖର୍ଚ,ସୁଦ୍ଧିକ୍ରିୟା ଖର୍ଚ ପ୍ରଭୃତି ଯୋଗାଇଦିଆଯିବ ବୋଲି କହିଛନ୍ତି  ।  ସ୍କ୍ରୋପିଓ ଚାଳକକୁ ପୋଲିସ ଥାନାରେ ଅଟକ ରଖିବା ସହ  ଘଟଣାକୁ ନେଇ ତଦନ୍ତ ଜାରି ରଖିଛି । ଶବକୁ ବ୍ୟବଛେଦ ପାଇଁ  ଉପଖଣ୍ଡ ଚିକିତ୍ସାଳୟକୁ ପୋଲିସ ପଠାଇଛି । ମୃତକ ହେଲେ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ ଗ୍ରାମ୍ୟ ସେକ ଫୁଦୁଷ ।ତାଙ୍କର ଦୁଇଟି ଝିଅ ଏବଂ ରୋଗାଗ୍ରସ୍ତ ଦିବ୍ଯାଙ୍ଗ ପୁଅ ଅଛି ।   ସେକ ଫଦୁଷ ଅତ୍ୟନ୍ତ ସରଳ ଓ ମେଳାପି ଦରଦି ମଣିଷଟିଏ ଥିଲା ।ତା’ ର ଏଭଳି ଦୁଃଖଦ ମୃତ୍ଯୁ ନେଇ ଗମ୍ଭାରିଆ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।