ବାରିପଦା : ଆଜି ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ପୋଲିସ ଏକ ଗଞ୍ଜେଇ ଭର୍ତ୍ତି ଥିବା କାରକୁ ଜବତ କରିଅଛି l କାରଟି ତିନିଦିନ ହେବ ଉକ୍ତ ଥାନା ଅନ୍ତର୍ଗତ ଗୌଡ଼ଡ଼ିହି ଶ୍ମଶାନ ନିକଟରେ ଥିବାର ସ୍ଥାନୀୟ ଲୋକମାନେ ଦେଖି ସନ୍ଦେହ ହେବାରୁ ପୋଲିସ କୁ ଖବର ଦେଇଥିଲେ l ପୋଲିସ ଆସି କାର ସମେତ କାର ଭିତରେ ଥିବା ଗଞ୍ଜେଇ ବସ୍ତା କୁ ଜବତ କରିଅଛି l
ଜବତ ଗଞ୍ଜେଇ 70 କେଜିରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପାଖା ପାଖି ସାତ ଲକ୍ଷ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଅଛି l ଏ ବାବଦରେ ଯଶିପୁର ଥାନାରେ ଏକ ମାମଲା ରୁଜୁ କରାଯାଇଅଛି l ତେବେ ଏହି ଗଞ୍ଜେଇ ଭର୍ତ୍ତି କାର କୁ କିଏ ଏବଂ କେଉଁଥି ପାଇଁ ଏଠାରେ ଛାଡି ପଳାଇଛି ତାହା ପୋଲିସ ତଦନ୍ତ କରୁଅଛି l
